କୁକୁଡାଗାଲିରେ ଚଢାଉ: ୭ ଗିରଫ, ୩୦ ବାଇକ ଜବତ

କାଶୀପୁର: ରାୟଗଡା ଜିଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ଦାବୁଗୁଡା ଗ୍ରାମ ନିକଟରେ କୁକୁଡାଗାଲି ଉପରେ ପୁଲିସ ଚଢାଉ କରି ୭ଜଣଙ୍କୁ ଗିରଫ କରିଛି। ଏହା ସହିତ ଘଟଣାସ୍ଥଳରୁ ୩୦ଟି ବାଇକ, ୭ଟି ମୋବାଇଲ ଫୋନ, ୮ଟି ଛୁରି ସହ ୩୧୨୦ ଟଙ୍କା ଜବତ କରିଛି।

 

ମିଳିଥିବା ସୂଚନା ଅନୁଯାୟୀ, ଗତ ଶନିବାର ବିଳମ୍ବିତ ରାତିରେ କାଶୀପୁର ବ୍ଲକ ଏବଂ ଦଶମନ୍ତପୁର ବ୍ଲକ ସୀମାନ୍ତ ଦୋରାଗୁଡା ଥାନା ଅଞ୍ଚଳର ଦାବୁଗୁଡାଠାରେ କୁକୁଡ଼ାଗାଲି ଚାଲିଥିଲା। ଏ ସମ୍ପର୍କରେ ପୁଲିସକୁ ଖବର ମିଳିବା ପରେ ଦୋରାଗୁଡା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ଭତ୍ରାଙ୍କ ନିର୍ଦେଶକ୍ରମେ ଏସଆଇ ଏସ. ଆର. ପାଲଟାସିଂହଙ୍କ ନେତୃତ୍ଵରେ ଏକ ପୁଲିସ ଟିମ୍‌ ସେଠାରେ ଚଢ଼ାଉ କରିଥିଲା।

ପୁଲିସକୁ ଦେଖି ଅନେକ ଜୁଆଡି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ପୁଲିସ ୭ ଜଣଙ୍କୁ କାବୁ କରିବା ସହିତ ସେମାନଙ୍କୁ ଗିରଫ କରିଥିଲା। ଏ ନେଇ ଦୋରାଗୁଡ଼ା ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.