ବିଭିନ୍ନ ଅପରାଧରେ ୪ଗିରଫ

ଚୌଦ୍ୱାର : ଚୌଦ୍ୱାର ପୁଲିସ ଆଜି ବିଭିନ୍ନ ଅପରାଧ ଘଟଣାରେ ୪ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି। ସ୍କ୍ରାପ୍‍ ଚୋରି ଅଭିଯୋଗରେ ସୁମନ ସ୍ୱାଇଁ ଓ ଇନ୍ଦ୍ରଜିତ୍‍ ସିଂହ ଗିରଫ ହୋଇଥିବା ବେଳେ ବିଦ୍ୟୁତ୍‍ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗରେ ପ୍ରମୋଦ କୁମାର ମହାନ୍ତି ନାମକ ଜନୈକ ବ୍ୟକ୍ତିକୁ ଗିରଫ କରିଛି। ସେହିପରି ଚୋରାମଦ କାରବାରରେ ରାଜେନ୍ଦ୍ର କୁମାର ସାହୁକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।

Comments
Loading...