ପୁଲିସ ଓ ଅବକାରୀ ବିଭାଗର ଚଢଉ ମଦ ଜବତ, ୫ ଗିରଫ

ମୋହନା : କିଛି ଦିନର ନିରବତା ପରେ ଅବକାରୀ ବିଭାଗର ନିଦ ଭାଙ୍ଗିଛି । ଜିଲ୍ଲାରେ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କାର ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ହାତରେ କିଛି ମାଫିଆ ଧରା ପଡୁଛନ୍ତି। କିନ୍ତୁ ଅବକାରୀ ବିଭାଗ ସବୁଜାଣି ନ ଜାଣିଲା ଭଳି ରହୁଛନ୍ତି। ବୁଧବାର ଗଜପତି ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ରା.ଉଦୟଗିରି ଅବକାରୀ ବିଭାଗ କର୍ମଚାରୀ, ପାରଳାଖେମୁଣ୍ଡି ଅବକାରୀ ଭ୍ରାମ୍ୟମାଣ କର୍ମଚାରୀ ମୋହନା ଓ ଅଡବା ପୁଲିସର ମିଳିତ ଚଢଉରେ ଅତବା ଓ ମୋହନା ଥାନା ଅନ୍ତର୍ଗତ ବିରିକୋଟ, ନାଡିଙ୍ଗା,ପଦାସାହି, ଖପୁରିପେଟା, କଣ୍ଚେଇକୋଳି, ଦମାଦୁଆ ଆଦି ଅଂଚଳରେ ଚଢାଉ କରି ୩୯୦୦ କିଲୋ ମହୁଲ ପୋଚ଼, ୧୮୯ ଲିଟର ଦେଶୀ ରନ୍ଧା ମଦ, ୫୧ ଲିଟର ଖଜୁରୀ ତାଡ଼ି ସହିତ ପ୍ଳାଷ୍ଟିକ ଡ୍ରମ, ବାଲଟି, ଡେକ୍ଚି ଏବଂ ମଦ ରନ୍ଧା ପାଇଁ ବ୍ୟବହୃତ ସରଞ୍ଜାମ ଜବତ କରିଛି । ଘଟଣାସ୍ଥଳରୁ ୫ଜଣ ଅଭିଯୁକ୍ତ ଭାସ୍କର ଦଳାଇ, କୃଷ୍ଣବୀର, ସଚିନ୍ଦ୍ର ନାୟକ, ସନାତନ ନାୟକ, ସାମୁଏଲ ମାଝୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଜବତ ସାମଗ୍ରୀର ମୂଲ୍ୟ ଦୁଇ ଲକ୍ଷରୁ ଉର୍ଦ୍ଧ୍ଵ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢ଼ଉରେ ଏସଆଇ ବିଘ୍ନରାଜ ଡମି. ବୁନ୍ଦାବନ ମଣ୍ଡଳ, ଏଏସଆଇ ରଜନୀ ରଥ,ଟୁକୁଲା ଦାଶ, କିଶୋର ଚନ୍ଦ୍ର ରଥ, ମାଝି ଶବର ପ୍ରମୁଖ ସାମିଲ ଥିଲେ ।

Comments are closed.