ପୁଲିସ – ଓକିଲ ବିବାଦ ମାମଲା; ଶୁଣାଣି ଆସନ୍ତା କାଲିକୁ ଘୁଞ୍ଚିଲା

0

କଟକ : ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ମାଡ଼ ମାରିବା ମାମଲାର ଶୁଣାଶି ଆସନ୍ତା କାଲି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‍ ଦାଖଲ କରି ପାରିନଥିବାରୁ ଏହି ମାମଲାର ଶୁଣାଣିକୁ ହାଇକୋର୍ଟ ଘୁଞ୍ଚାଇ ଦେଇଛନ୍ତି। ମଙ୍ଗଳବାର ସୁଦ୍ଧା ଚାର୍ଜସିଟ୍‍ ଦାଖଲ କରିବାକୁ ହାଇକୋର୍ଟ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ କନଷ୍ଟେବଳଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହର କରିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply