କଟକରେ ଆଇନଜୀବୀ ଓ ପୁଲିସ ମୁହାଁ ମୁହିଁ , ଆନ୍ଦୋଳନ ବେଳେ ପୁଲିସ ଗାଡି ଜଳିଲା

0

କଟକ.- କଟକରେ ଆଇନଜୀବୀଙ୍କୁ ପୁଲିସ ମାଡ ମାରିବା ଘଟଣା ତୀବ୍ର ରୂପ ଧାରଣ କରିଛି । କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପୁଲିସ ପିସିଆର ଭ୍ୟାନକୁ ପୋଡି ଦିଆଯାଇଛି । ତେବେ ଏହି ଭ୍ୟାନ କିପରି ଜଳିଲା ତାହା ସ୍ପଷ୍ଟ ହୋଇ ନାହିଁ । ଆଇନଜୀବୀଙ୍କୁ ମାଡ ପ୍ରତିବାଦ ଘଟଣାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବା ବେଳେ ଏହି ଘଟଣା ଘଟିଛି । ମାଡ ଘଟଣାର ପ୍ରତିବାଦରେ ଗୁରୁବାର ଯାଏଁ କାର୍ଯ୍ୟରେ ଯୋଗ ନ ଦେବାକୁ ହାଇକୋର୍ଟ ବାର ଆସୋସିଏସନ୍‌ ପକ୍ଷରୁ ନିଷ୍ପତି ନିଆଯାଇଛି ।

ମଙ୍ଗଳବାରରେ କଟକ ଚାଉଳିଆଗଞ୍ଜ ଥାନା  ନିକଟରେ  ଦେବୀ ପ୍ରସାଦ ପଟ୍ଟନାୟକ ନାମକ ଆଇନଜୀବୀଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଆଇନଜୀବୀମାନେ ଥାନା ଘେରାଉ କରିଥିଲେ । ମାଡମରା ଘଟଣାର ପ୍ରତିବାଦରେ ଆଇନଜୀବୀଙ୍କର ଏକ ପ୍ରତିନିଧିମଣ୍ଡଳ ମୁଖ୍ୟବିଚାରପତିଙ୍କୁ ଭେଟି ଘଟଣାସମ୍ପର୍କରେ ଅବଗତ କରାଇଛନ୍ତି । ପୁଲିସ ପକ୍ଷରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦେଶ ଦିଆଯାଇଛି ।

Leave A Reply