ପୁଲିସ ସାଜିଲା ’ଅମ୍ପନ’ ଯୋଦ୍ଧା; ବିଭିନ୍ନ ମହଲରେ ପ୍ରଶଂସା

ଭୁବନେଶ୍ବର: ପୁଲିସକୁ କରୋନା ଯୋଦ୍ଧାର ମାନ୍ୟତା ମିଳିଛି । କରୋନା ସଂକ୍ରମଣ ରୋକିବା ନିମନ୍ତେ ସରକାରୀ ମାର୍ଗଦର୍ଶିକାକୁ ଦାୟିତ୍ବପୂର୍ଣ୍ଣ ଭାବରେ ପରିଚାଳନା କରିବା ନିମନ୍ତେ ପୁଲିସକୁ ବିଭିନ୍ନ ସ୍ଥାନରେ ସମ୍ମାନିତ କରାଯାଉଛି । ପୁଲିସ ପ୍ରତି ଲୋକଙ୍କ ମନରେ ରହିଥିବା ଧାରଣା ଅନେକାଂଶରେ ବଦଳିଛି ।

’ଅମ୍ପନ’ କାଳରେ ପୁଲିସର ଭୂମିକାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଜିଲାରେ ‘ଅମ୍ପନ’ର ପ୍ରଭାବ ଆଶଙ୍କାରେ ଲୋକମାନଙ୍କୁ ଥଇଥାନ କରାଯାଇଛି । ଏହି ଥଇଥାନ ପ୍ରକ୍ରିୟାରେ ସମ୍ପୃକ୍ତଅଞ୍ଚଳର ପୁଲିସ କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ହୋଇଛି ।

ଲୋକମାନଙ୍କୁ ଘରୁ ନେଇ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା, ସେମାନଙ୍କୁ ବୁଝାଇ ସୁଝାଇ ପରିବାର ସହ ନେବା କେତେ କଷ୍ଟକର ବ୍ୟାପାର ତାହା କେବଳ ଅଙ୍ଗେ ନିଭାଇଥିବା ଲୋକ ହିଁ ଜାଣିଥିବ ।

ଏହି ସ୍ଥିତିରେ ପୁଲିସ ବାହିନୀର ଉଭୟ ପୁରୁଷ ଓ ମହିଳା କର୍ମଚାରୀମାନେ ରାତିରାତି ଅନିଦ୍ରା ରହି ଲୋକମାନଙ୍କୁ ଥଇଥାନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।

ଏହାବ୍ୟତୀତ ‘ଅମ୍ପାନ’ ସାମୁଦ୍ରିକ ଝଡ଼ ଓଡ଼ିଶା ଉପକୂଳ ଅତିକ୍ରମ କରିବା ପରେ ଯେଉଁ ବିପର୍ଯ୍ୟୟ ଘଟାଇଛି ତାହାର ପରିଚାଳନାରେ ପୁଲିସ ବାହିନୀ ମଧ୍ୟ ହାତ ବଢ଼ାଇଛି ।

ରାସ୍ତାରୁ ଗଛ ଉଠାଇବାଠାରୁ ଆରମ୍ଭ କରି ଗଛ କାଟି ରାସ୍ତା ସଫା କରିବା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ଏନଡ଼ିଆରଏଫ୍, ଏସଡ଼ିଆରଏଫ୍ ସହ ପୁଲିସ କର୍ମଚାରୀମାନେ ସହଯୋଗ କରିଛନ୍ତି ।

Comments are closed.