ପୁଲିସ୍‍କୁ ସମ୍ମାନିତ କଲେ ଗ୍ରାମବାସୀ

ପିପିଲି : ପୁରୀ ଜିଲାର ପ୍ରବେଶପଥ କାକୁଡ଼ିଆ ଠାରେ ପୁଲିସ ପକ୍ଷରୁ କରାଯାଇଥିବା ନାକାଗେଟ୍‍ରେ କାର୍ଯ୍ୟରତ ‘କରୋନା’ ଯୋଦ୍ଧା ପୁଲିସ କର୍ମଚାରୀମାନଙ୍କୁ ଗୁରୁବାର କଣ୍ଟି ପଞ୍ଚାୟତ ଅନ୍ତର୍ଗତ ନିଜିଗଡକୁରୁଖି ଗ୍ରାମର ଯୁବକମାନେ ସମ୍ମାନିତ କରିଛନ୍ତି ।  ଏହି ଅସ୍ଥାୟୀ ଗେଟ୍‍ରେ ପୁଲିସ୍‍ ପକ୍ଷରୁ ୨୪ ଘଣ୍ଟିଆ ଯାଞ୍ଚ କରାଯାଉଥିବା ବେଳେ ବାହାର ଜିଲାର ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା କରାଯାଇଛି । ନିଜିଗଡକୁରୁଖି ଗ୍ରାମର ସରୋଜ ପାତ୍ର, ମୁକୁନ୍ଦ ରାୟ, ଅମରେନ୍ଦ୍ର ପାତ୍ର, ଦୟାନିଧି ମହାପାତ୍ର, ଶ୍ରୀକୃଷ୍ଣ ମହାନ୍ତି, ଉମାକାନ୍ତ ପାତ୍ର, ସୂର୍ୟ୍ୟକାନ୍ତ ପାତ୍ର ଓ ପ୍ରସନ୍ନ ପରିଡ଼ା ପ୍ରମୁଖ ଯୁବକମାନେ କାର୍ଯ୍ୟରତ ପୁଲିସ କର୍ମଚାରୀମାନଙ୍କୁ ଗୋଲାପଫୁଲ, ଗାମୁଛା, ମାସ୍କ, ସାବୁନ ଓ ସାନିଟାଇଜର ଦେଇ ସମ୍ମାନିତ କରିଥିଲେ।

Comments are closed.