କୋଡଗଡରେ ପୁଲିସର ଜନ ସମ୍ପର୍କ ଶିବିର

0

କୋଟଗଡ : ଦୁର୍ଗାପଙ୍ଗା ଗ୍ରାମ ପଞ୍ଚାୟତରେ ମିଡିଆ ଘାଟିରେ କୋଟଗଡ ଥାନା ତରଫରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା। ବାଲିଗୁଡା ଏସଡିପିଓ ନିତିନ କୁଶଲକର ଦାଗ ଯୋଗ ଦେଇଥିଲେ। ମାଓବାଦୀଙ୍କ ଗଡ ଭାବେ ପରିଚିତ ଏହି କୋଡଗଡ ପୁଲିସ ମାନଙ୍କର ଏଭଳି ପ୍ରୟାସକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି। ଏହି ଶିବିରରେ ଭଲିଭଲ ଟୁର୍ଣ୍ଣାମେଣ୍ଟ କରବା ସହ ଲୁଙ୍ଗି, କମଳ, ଲୁଗା, ଗାମୁଛା ପିଲାମାନଙ୍କୁ ଖାତା, ପେନ, ପେନସିଲ ଭଳି ପାଠ ଉପକରଣ ପ୍ରଦାନ କରିଛନ୍ତି। ପୁଲିସର ଏଭଳି ପଦକ୍ଷେପକୁ ନେଇ ସମସ୍ତେ ଖୁସି ଥିବା ଜଣାପଡିଛି।

Leave A Reply