ପୁଲିସ ଉପରକୁ ଗୁଳି ଚଳାଇ ଅପରାଧୀ ଚମ୍ପଟ

0

ଜୟପୁର : ପୁଲିସ ଉପରକୁ ଗୁଳି ଚଳାଇ ଅପରାଧୀ ଖସିଯିବାକୁ ସକ୍ଷମ ହୋଇଛନ୍ତି। ଏପରି ଘଟଣା କୋରାପୁଟ ଜିଲା ଜୟପୁର ସହରରେ ଘଟିଛି। ସୋମବାର ବିଳମ୍ବିତ ରାତିରେ ଜୟପୁର ସହରରେ ପୁଲିସ-ଅପରାଧୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥରେ ଅପରାଧୀମାନେ ପୁଲିସ ଉପରକୁ ଗୁଳି ଚଳାଇ ଖସିଯାଇଛନ୍ତି। ଏହି ଘଟଣା ପରେ ପୁଲିସ ଚଢାଉ ଜୋରଦାର କରିବା ସହ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ହସପିଟାଲ ବାଇପାସ ରୋଡରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ସେହି ବାଟ ଦେଇ ଯାଉଥିବା ଦୁଇ ଅପରାଧୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ତେବେ ଅପରାଧୀମାନେ ହଠାତ ପୁଲିସ ଉପରକୁ ଗୁଳି ଚାଳନା କରିଥିଲେ। ପୁଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା। ଗୁଳି ଚଳନାରେ​‌ କେହି ଆହତ ହୋଇ ନଥିବା ବେଳେ ଅପରାଧୀମାନେ ଖସି ଯିବାକୁ ସକ୍ଷମ ହୋଇଥିଲେ। ଘଟଣାସ୍ଥଳରୁ ପୁଲିସ ଗୋଟିଏ ଖୋକା ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply