ବାଙ୍ଗିରିପୋଷି ଥାନାରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ

0

ଦ୍ୱାରଶୁଣି : ବାଙ୍ଗିରିପୋଷି ଥାନା ପରିସର ମଧ୍ୟରେ ବାଙ୍ଗିରିପୋଷି ଥାନା ଅଧିକାରୀ ଚନ୍ଦନ ଘଡାଇଙ୍କ ଅଧ୍ୟକ୍ଷତାରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇଆଇସି ଚନ୍ଦନ କୁମାର ଘୋଡେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥିବା ଏହି ବୈଠକରେ ସମାଜସେବୀ ବୀରକିଶୋର ମହାନ୍ତି ସଭାପତିତ୍ୱ କରିଥିବାବେଳେ ଆମ ପୁଲିସ ସମିତିର ସ୍ଥାୟୀ ସଭାପତି ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ରାମଚନ୍ଦ୍ର ମୁର୍ମୁ, ବାସୁଦେବ ମହାରଣା, ପ୍ରଫୁଲ୍ଲ ସିଂ, ଦିପକ କୁମାର ମହାନ୍ତି ଉପସ୍ଥିତ ଥିଲେ। ବୈଠକରେ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିବା ବେଳେ ରାତି ୧୧ଟା ପରେ ବଜାର ମଧ୍ୟରେ ଥିବା ଦୋକାନ ଓ ଢାବା ବନ୍ଦ କରାଯିବା ସହ ଠିପି ବନ୍ଦ ମଦ ଦୋକାନଟି ଯେମିତି ଧାର୍ଯ୍ୟ ସମୟ ମଧ୍ୟରେ ବନ୍ଦ କରାଯିବ ସେଥିପାଇଁ ଦାବି ହୋଇଥିଲା।

Leave A Reply