ଅନୁଗୁଳରେ ହେଲମେଟ୍ ଚେକିଙ୍ଗ; କନେଷ୍ଟବଳଙ୍କ ମାଡରେ ଡାକ୍ତର ଲହୁଲୁହାଣ

0

ଅନୁଗୁଳ: ଟ୍ରାଫିକ୍ ପୁଲିସ କନେଷ୍ଟବଳ ଲାଠି ମାଡ଼ରେ ଜଣେ ଡାକ୍ତର ଗୁରୁତର ହୋଇଥିବା ଅଭିଯୋଗ ହୋଇଛ । ରବିବାର ପୂର୍ବାହ୍ନରେ ଅନୁଗୁଳ ଥାନା ଛକଠାରେ ହେଲମେଟ୍ ଚେକିଙ୍ଗି ଚାଲିଥିଲା । ସେହି ସମୟରେ ଡାକ୍ତର ଇଏନଟି ଡାକ୍ତର କମଲକାନ୍ତ ଜେନା ଯାଉଥିବା ସମୟରେ ପୁଲିସ କନେଷ୍ଟବଳ ଚିଣ୍ଟୁ ମହାଳିକ ଡାକ୍ତରଙ୍କ ମୁଣ୍ଡକୁ ବାଡ଼ିରେ ଏକ ପ୍ରହାର କରିଥିଲେ । ଫଳରେ ଡାକ୍ତରଙ୍କ ମୁଣ୍ଡ ରକ୍ତରେ ଜୁଡୁବୁଡୁ ହୋଇ ତଳେ ପଡିଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି।

Leave A Reply