ମାଲିଙ୍ଗାଙ୍କ ଅନୁପସ୍ଥିତି ଅନୁଭୂତ ହେବାକୁ ଦେଉ ନାହାନ୍ତି ବୁମରା : ପୋଲାର୍ଡ

ଦୁବାଇ: ୟୁଏଇରେ ଖେଳାଯାଉଥିବା ଆଇପିଏଲ୍‌ରେ ମୁମ୍ବଇ ଇଣ୍ଡିଆନ୍‌ସ ଦଳର ପ୍ରମୁଖ ଦ୍ରୁତ ବୋଲର ପାଲଟିଛନ୍ତି ଯଶପ୍ରୀତ ବୁମରା। ଶ୍ରୀଲଙ୍କାର ଖ୍ୟାତନାମା ଦ୍ରୁତ ବୋଲର ଲସିଥ୍‌ ମାଲିଙ୍ଗା ଦୀର୍ଘବର୍ଷ ହେବ ମୁମ୍ବଇ ଇଣ୍ଡିଆନ୍‌ସ ଦଳ ତରଫରୁ ଖେଳି ଆସୁଥିବା ବେଳେ ଚଳିତଥର ବ୍ୟକ୍ତିଗତ କାରଣରୁ ସେ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ତେବେ ମାଲିଙ୍ଗାଙ୍କ ଅନୁପସ୍ଥିତି ଅନୁଭୂତ ହେବାକୁ ବୁମରା ଦେଉନଥିବା ମତ ଦେଇଛନ୍ତି ମୁମ୍ବଇ ଇଣ୍ଡିଆନ୍‌ସ ଦଳର ଅଲରାଉଣ୍ଡର କୈରନ୍‌ ପୋଲାର୍ଡ।

କିଙ୍ଗ୍‌ସ ଏକାଦଶ ବିପକ୍ଷ ମ୍ୟାଚ୍‌ରେ ବୁମରା ୨୪ ରନ୍‌ ବିନିମୟରେ କେଏଲ୍‌ ରାହୁଲ, ମୟଙ୍କ ଅଗ୍ରୱାଲ୍‌ ଓ ନିକୋଲାସ୍‌ ପୁରନ୍‌ଙ୍କୁ ଆଉଟ୍‌ କରିଥିଲେ। ପରବର୍ତ୍ତୀ ସମୟ​‌େ​‌ର ଖେଳାଯାଇଥିବା ସୁପର ଓଭରରେ ବୁମରା ମାତ୍ର ୫ ରନ୍ ପ୍ରଦାନ କରିଥିଲେ। ମ୍ୟାଚ୍‌ ଶେଷ ହେବା ପରେ ନିଜ ପ୍ରତିକ୍ରିୟାରେ ପୋଲାର୍ଡ କହିଥିଲେ ବର୍ତ୍ତମାନ ସମୟରେ ବୁମରା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର ପାଲଟି ଯାଇଛନ୍ତି। କିଛିବର୍ଷ ମଧ୍ୟରେ ବୁମରା ଅନେକ କିଛି ଶିକ୍ଷା ଲାଭ କରି ସାରିଛନ୍ତି। ବୁମରା ଖେଳୁଥିବାରୁ ମୁମ୍ବଇ ଇଣ୍ଡିଆନ୍‌ସ ଦଳ ବେଶ୍ ଲାଭରେ ରହୁଛି। ମୁମ୍ବଇ ଇଣ୍ଡିଆନ୍‌ସ ଦଳ ନିଶ୍ଚିତ ଭାବେ ପ୍ଲେଅଫ୍‌ରେ ପହଞ୍ଚିବ ବୋଲି ପୋଲାର୍ଡ ଆଶାବ୍ୟକ୍ତ କରିଛନ୍ତି।

Comments are closed.