ପୋଖରୀପୁଟ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର; ପୋଖରୀପୁଟ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୂତନ ମଣ୍ଡଳ ଶିକ୍ଷା ଅଧିକାରୀ ଡ.ସନ୍ତୋଷ କୁମାର ରାଉତ, ପୋଖରୀପୁଟର ପୂର୍ବତନ କର୍ପୋରେଟର ହୃଦୟବଲ୍ଲଭ ସାମନ୍ତରାୟ ଏବଂ ବିଶିଷ୍ଟ ସମାଜସେବୀ ତନୁଶ୍ରୀ ରଥ ଉପସ୍ଥିତ ଥିଲେ। ଶିକ୍ଷା ସଂଯୋଜିକା ମୀରା ମହାନ୍ତି ଓ ପ୍ରଧାନ ଶିକ୍ଷୟିତ୍ରୀ କନକଲତା ପରିଡ଼ା ସାମାଜିକ ଦୂରତ୍ବର ସମସ୍ତ ନିୟମ ପାଳନ କରି ଅନ୍ୟାନ୍ୟ ଶିକ୍ଷୟିତ୍ରୀଙ୍କ ଗହଣରେ ଚାରା ରୋପଣ କାର୍ଯ୍ୟକ୍ରମ ସୂଚାରୁରୂପେ ସମ୍ପାଦନ କରିଥିଲେ।