ବିଷାକ୍ତ ମଦର ତାଣ୍ଡବ: ୭ ମୃତ, ୧୨ରୁ ଊର୍ଦ୍ଧ୍ବ ଅସୁସ୍ଥ

ଆଜମଗଡ଼: ଉତ୍ତରପ୍ରଦେଶର ଆଜମଗଡ଼ ଜିଲାରେ ପୁଣି ଥରେ ବିଷାକ୍ତ ମଦର ତାଣ୍ଡବ ଦେଖିବାକୁ ମିଳିଛି। ବିଷାକ୍ତ ମଦ ପିଇ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଊର୍ଦ୍ଧ୍ବ ଲୋକ ଅସୁସ୍ଥ ଅଛନ୍ତି। ଏହି ଘଟଣା ଅହରୌଲା ଥାନା ଅଞ୍ଚଳର ଅନେକ ଗାଁରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ୬ରୁ ଊର୍ଦ୍ଧ୍ବ ଗାଁରୁ କେବଳ ମୃତ୍ୟୁକୁ ନେଇ ଚିତ୍କାର ଶୁଣିବାକୁ ମିଳୁଛି। ଏନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ମାହୁଲ ସହରରେ ରାସ୍ତା ଅବରୋଧ କରିଛନ୍ତି। ଜିଲା ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି। ବିଧାନସଭା ନିର୍ବାଚନ ସମୟରେ ବେଆଇନ ମଦ କାରବାର ମଧ୍ୟ ବୃଦ୍ଧି ପାଇଛି।

ଅହରୌଲା ଥାନା ଅନ୍ତର୍ଗତ ମାହୁଲ ସ୍ଥିତ ଦେଶୀ ମଦ ଦୋକାନରୁ ରବିବାର ସନ୍ଧ୍ୟାରେ ଏହି ବିଷାକ୍ତ ମଦ ପିଇ ଏଯାବତ୍‌ ୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅପରପକ୍ଷେ ୧୨ରୁ ଊର୍ଦ୍ଧ୍ବ ଲୋକ ବିଭିନ୍ନ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ମେ ମାସରେ ବିଷାକ୍ତ ମଦ ପିଇ ମିତ୍ତୁପୁର ଗାଁରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଜିଲା ପ୍ରଶାସନ ବେଆଇନ ମଦ କରାବାର ବିରୋଧରେ ଅଭିଯାନ ଆରମ୍ଭ କରିଥିଲା।

Comments are closed.