ସହିଦଙ୍କୁ ସମ୍ମାନ ପାଇଁ ମାରାଥନ ଓ ସ୍ମୃତି ସଭା

0

ଯାଜପୁର : ସହିଦ ଦିବସ ପୂର୍ବରୁ ଯାଜପୁର ପୁଲିସ ପକ୍ଷରୁ ସହିଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ମିନି ମାରାଥନ ଓ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ମାରାଥନ୍‌ ଯୋଡ଼ିକୂଅ ଛକ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଆୟେଜିତ ହୋଇଥିଲା। ଏଥିରେ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ମିନି ମାରାଥନ ମେଡ଼ିକାଲ ଛକରେ ପହଞ୍ଚିବା ପରେ ଯାଜପୁର ଏସପି ଚରଣ ସିଂହ ମୀନା, ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗ ଦେଇ ସହିଦମାନଙ୍କୁ ସମ୍ମାନ ଦେଇଥିଲେ। ସହିଦମାନଙ୍କ ବୀରତ୍ୱ ଓ ପରାକାଷ୍ଠା ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ପ୍ରତିବର୍ଷ ଅକ୍ଟୋବର ୨୧ରେ ପୁଲିସ ସହିଦ ଦିବସ ପାଳନ ହୋଇଥାଏ।

Leave A Reply