ଉଦଯାପିତ ହେଲା ଆଦିବାସୀ ପରମ୍ପରାର ଭିନ୍ନ ଏକ ପର୍ବ ‘ପୋଢମରା’

କଲମପୁର : ଆଦିବାସୀ ତନ୍ତ୍ର ଉପାସକ । ଲୋକ ବିଶ୍ୱାସ ଅନୁସାରେ ବଳି ଦେଲେ ସନ୍ତୁଷ୍ଟ ହେଇଥାନ୍ତି ଧରଣୀ ଦେବୀ । ତେଣୁ ‘ଟୋକିମରା’ ପରବ ପାଳନ ପୂର୍ବରୁ ଭିନ୍ନ ଭିନ୍ନ ଦେବା ଦେବୀଙ୍କୁ ସନ୍ତୁଷ୍ଟି କରିବା ପାଇଁ ନାନା ବିଧି ବିଧାନରେ ପାଳନ ହେଇଥାଏ । ଛେଳିପାଟ ଠାରେ ଛେଳି, ଗାଈ ପାଟ ଠାରେ ଗାଈ, ଘୁଷୁରୀ ପାଟ ଠାରେ ଘୁଷୁରୀ, ବତକ, କୁକୁଡା ପାରା ଆଦି ବଳି ଦିଆଯାଇଥାଏ । ସେହିଭଳି ପୋଢ ପାଟ ଠାରେ ପୋଢ ବଳି ଦିଆଯାଏ। ଚଳିତ ବର୍ଷ ପାର୍କିଗୁଡା ଠାରେ ଟୋକିମରା ପର୍ବ ପାଳନ କରାଯାଉଥିବାରୁ ରବିବାର ପୋଢ ମରା ପର୍ବ ପାଳିତ ହେଇଛି । ପାର୍କିଗୁଡାର ମତାଚୁଆଁ ଡଙ୍ଗର ଠାରେ ଥିବା ପୋଢ ପାଟ ଠାରେ ଏକ ପୋଢ ବଳି ଦିଆଯାଇ ପୂଜା ଅର୍ଚ୍ଚନା କରାଯାଇଛି । ପୋଢ ବଳି ପଡି ସାରିବା ପରେ ଆଦିବାସୀ ତଥା ଗ୍ରାମବାସୀ ପୋଢର ରକ୍ତକୁ ଟିକା ଦେଇ ଆନ୍ଦର ସହିତ ନାଚିଥିଲେ।

Comments are closed.