ପିଏନ୍‌ବି ପକ୍ଷରୁ ରାଜ୍ୟପାଳଙ୍କୁ ଜାତୀୟ ପତାକା ପ୍ରଦାନ

ଭୁବନେଶ୍ୱର: ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅନ୍ତର୍ଗତ ହର ଘର ତ୍ରିରଙ୍ଗା ଅଭିଯାନରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଆଞ୍ଚଳିକ କାର୍ଯ୍ୟାଳୟ  ଭୁବନେଶ୍ୱର ପକ୍ଷରୁ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଏକ ଜାତୀୟ ପତାକା ପ୍ରଦାନ କରାଯାଇଛି ।

ଏହି ଅବସରରେ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଏ. ଉଦୟ ଭାଷ୍କର ରେଡ୍ଡୀଙ୍କ ନେତୃତ୍ୱରେ ଉପ-ଅଞ୍ଚଳ ମୁଖ୍ୟ ଜନ୍ମେଜୟ ଦୀକ୍ଷିତ, ଉପ-ମହାପ୍ରବନ୍ଧକ ଉମାକାନ୍ତ  ଦାସ, ଭୁବନେଶ୍ୱର ମଣ୍ଡଳ ମୁଖ୍ୟ ଚିତ୍ତରଞ୍ଜନ ପୃଷ୍ଟି, ଅଞ୍ଚଳ ମାର୍କେଟିଂ ମୁଖ୍ୟ ପ୍ରତାପ କୁମାର ବୈରିଗଞ୍ଜନ ପ୍ରମୁଖ ରାଜ ଭବନରେ ମାନ୍ୟବର ରାଜ୍ୟପାଳଙ୍କୁ  ଭେଟି ଏହି ଜାତୀୟ ପତାକା ପ୍ରଦାନ କରିବା ସହ ରାଜ ଭବନର ସମସ୍ତ କର୍ମଚାରୀମାନଙ୍କୁ ମଧ୍ୟ ଜାତୀୟ ପତାକା ପ୍ରଦାନ କରିଛନ୍ତି ।

Comments are closed.