ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପି.କେ.ସିହ୍ନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପୂର୍ବତନ କ୍ୟାବିନେଟ ସଚିବ ପି.କେ.ସିହ୍ନା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଉତ୍ତରପ୍ରଦେଶ କ୍ୟାଡରର ୧୯୭୭ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ସିହ୍ନା ୨୦୧୯ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଥିଲେ। ସେ ଗତ ସୋମବାର ଦିନ ନିଜ ପଦରୁ ଇସ୍ତଫା ଦେଇଥିବା ସମ୍ବାଦ ସରବରାହ ସଂସ୍ଥା ୟୁଏନଆଇ ସୂଚନା ଦେଇଛି। ୨୦୧୪ ମେ’ ୩୦ରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥାନ୍ତା।

ପୂର୍ବତନ ସଚିବ ନୃପେନ୍ଦ୍ର ମିଶ୍ରଙ୍କ ପରେ ସେ ଏହି ପଦବୀରେ ୨୦୧୯ ସେପ୍ଟେମ୍ବର ୧୧ରୁ କାର୍ଯ୍ୟ କରୁଥିଲେ। ୨୦୧୫ ଜୁନ ୧୩ରୁ ୨୦୧୯ ଅଗଷ୍ଟ ୩୦ ଯାଏଁ ଶ୍ରୀ ସିହ୍ନା କ୍ୟାବିନେଟ ସଚିବ ଭାବେ କାର୍ଯ୍ୟ କରିଥିଲେ। ସେ ଇସ୍ତଫା ଦେବାପରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପାଇବା ନେଇ ଚର୍ଚ୍ଚା ଚାଲିଛି।

Comments are closed.