ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର  ଜନସମ୍ପର୍କ ଅଧିକାରୀଙ୍କର ନିଧନ, ପ୍ରଧାନମନ୍ତ୍ରୀଙ୍କ ଶୋକ

0

ନୂଆଦିଲ୍ଲୀ . – ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ  ଜନ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟକରୁଥିବା  ଜଗଦୀଶ ଠକ୍କରଙ୍କର  ନିଧନ ହୋଇଛି ।  ତାଙ୍କର ନିଧନରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଜଗଦୀଶଙ୍କୁ ୭୨ ବର୍ଷ ହୋଇଥିଲା। କିଛିଦିନ ଧରି ସେ ଅସୁସ୍ଥ ଥିରେ  ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆର୍ୟୁ ବିଜ୍ଞାନ କେନ୍ଦ୍ରରେ ତାଙ୍କର ଚିକିତ୍ସା ଚାଲୁଥିଲା । ପୂର୍ବରୁ ସେ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜନ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଜଗଦୀଶଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି । ଜଗଦୀଶ ଅତ୍ୟନ୍ତ ସରଳ  ପରୋପକାରୀ ବ୍ୟକ୍ତିତ୍ୱ ଥିଲେ ବୋଲି  ଟ୍ୱିଟ କରିଛନ୍ତି ।

Leave A Reply