ପ୍ରଧାନମନ୍ତ୍ରୀଙ୍କର ଯୋଗ କାର୍ଯ୍ୟକ୍ରମ ସ୍ଥଳରୁ ଧରା ହେଉଛନ୍ତି ସାପ ଓ ମାଙ୍କଡ

0

ଡେରାଡୁନ୍: ଚଳିତ ବର୍ଷ  ଅନ୍ତର୍ଜାତୀୟ ଯୋଗ ଦିବସରେ  ଉତ୍ତରାଖଣ୍ଡର ଡେରାଡୁନ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ଅଛି ।  ଜୁନ୍‌ ୨୧ ତାରିଖରେ ଏହି ସ୍ଥାନରେ ଯୋଗଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଡେରାଡୁନ୍‌ର ବନ୍ୟ ଗବେଷଣା ସଂସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସ୍ଥାନଟି ଜଙ୍ଗଲିଆ ।  କିଛି ପରିମାଣରେ ବନ୍ୟ ଜନ୍ତୁ ସେହି ସ୍ଥାନରେ ବାସ କରୁଥିବା ଡେରାଡୁନ୍‌ ଜିଲା ପ୍ରଶାସନ ଅନୁମାନ କରିଥିଲା । ସେହି ସ୍ଥାନରୁ ସାପ ସହ ମାଙ୍କଡଙ୍କୁ ଧରି ଅନ୍ୟ ସ୍ଥାନରେ ଛାଡିବା ପାଇଁ ଡେରାଡୁନ୍‌ ଜିଲାପାଳ ଏସ୍‌ଏ ମୁଗେଶନ୍‌ ଜଙ୍ଗଲ ବିଭାଗକୁ ନିର୍ଦେଶ ଦେଇଛନ୍ତି । ଏହି ନିର୍ଦେଶ ପାଇବା ପରେ ଜଙ୍ଗଲ ବିଭାଗ ବନ୍ୟ ଜନ୍ତୁମାନଙ୍କ ଧରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିବା ଡେରାଡୁନ୍‌ ଆଞ୍ଚଳିକ ବନଖଣ୍ଡ ଅଧିକାରୀ ରାଜୀବ ଧୀମାନ ପ୍ରକାଶ କରିଛନ୍ତି ।

ଏହି ସ୍ଥାନରୁ ଦୁଇଟି ସାପ ଧାରଯାଇ ଅନ୍ୟ ସ୍ଥାନରେ ଛଡାଯାଇଛି ।  ଯୋଗ ଦିବସର ଏହି କାର୍ଯ୍ୟକ୍ରମ  ପାଇଁ ୫୦ହଜାର ଜଣ ନିଜ ନାମକୁ ପଞ୍ଜିକୃତ କରିଛନ୍ତି ।

Leave A Reply