ଆଜି ମୋଦୀଙ୍କ ବାଂଲାଦେଶ ଗସ୍ତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଠାରୁ ଦୁଇଦିନିଆ ବାଂଲାଦେଶ ଗସ୍ତରେ ଯିବେ। ମାର୍ଚ୍ଚ ୨୬ରେ ବାଂଲାଦେଶର ପ୍ରତିଷ୍ଠା ଦିବସ ଉତ୍ସବରେ ମୋଦୀ ଉଦ୍‌ବୋଧନ ଦେବେ। ଏହି ଗସ୍ତ ସମୟରେ ମୋଦୀ ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଅବଦୁଲ ହମିଦ ଓ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିବେ। ଏହି ଅବସରରେ ଅନେକ ବୁଝାମଣା ସ୍ବାକ୍ଷର ହେବା ସହିତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଁ କିଛି ନୂଆ ଘୋଷଣା କରାଯିବ। ଏହା ସହିତ ବାଂଲାଦେଶର ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନର ନେତାଙ୍କ ସହିତ ମୋଦୀ କଥା ହେବେ। ମୋଦୀ ମାଟୁଆ ସମ୍ପ୍ରଦାୟର ଶ୍ରୀଶ୍ରୀ ହରିଚାନ୍ଦ ମନ୍ଦିର ପରିଦର୍ଶନ କରିବେ। ମାଟୁଆ ସମ୍ପ୍ରଦାୟର ପ୍ରତିଷ୍ଠାତା ହରିଚାନ୍ଦ ଠାକୁରଙ୍କ ପରିବାର ସହିତ କିଛି ସମୟ ବିତାଇବେ। ଗତବର୍ଷର କରୋନା ମହାମାରୀ ପରଠାରୁ ​‌େ​‌ମାଦୀଙ୍କର ଏହା ପ୍ରଥମ ବିଦେଶ ଗସ୍ତ।

Comments are closed.