୭ଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବିଜୟା ଦଶମୀର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (ଆସନ୍ତାକାଲି) ଶୁକ୍ରବାର ସାତୋଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ସମ୍ବୋଧନ କରିବେ । ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଏବଂ ପ୍ରତିରକ୍ଷା ଶିଳ୍ପ ସଙ୍ଗଠନର ପ୍ରତିନିଧିମାନେ ଉପସ୍ଥିତ ରହିବେ ।

୭ ଟି ନୂତନ ପ୍ରତିରକ୍ଷା କମ୍ପାନୀ :

ଦେଶର ପ୍ରତିରକ୍ଷା ପ୍ରସ୍ତୁତିରେ ଆତ୍ମର୍ନିଭରଶୀଳତା ପାଇଁ ଏକ ପଦକ୍ଷେପ ଭାବରେ ଯୁଦ୍ଧାସ୍ତ୍ର କାରଖାନା ବୋର୍ଡକୁ ଏକ ସରକାରୀ ବିଭାଗରୁ ସାତଟି ଶତ ପ୍ରତିଶତ ସରକାରୀ ମାଲିକାନା କର୍ପୋରେଟ୍ ସଂସ୍ଥାରେ ପରିଣତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପଦକ୍ଷେପ ଉନ୍ନତ କାର୍ଯ୍ୟ ସ୍ୱାଧୀନତା, ଦକ୍ଷତା ଆଣିବ ଏବଂ ନୂତନ ଅଭିବୃଦ୍ଧି ସମ୍ଭାବନା ଏବଂ ନୂତନତ୍ୱକୁ ଉନ୍ମୁକ୍ତ କରିବ।

ଏଥିରେ ଅନ୍ତର୍ଭୁକ୍ତ ହୋଇଥିବା ସାତଟି ନୂତନ ପ୍ରତିରକ୍ଷା କମ୍ପାନୀଗୁଡ଼ିକ ହେଉଛି : ମୁନିସନ୍ ଇଣ୍ଡିଆ ଲିମିଟେଡ୍ (ଏମ୍‍ଆଇଏଲ); ଆରମୋର୍ଡ ଭେଇକିଲ୍‍ ନିଗମ ଲିମିଟେଡ୍ (ଏଭିଏଏନ୍‍ଆଇ); ଆଡଭାନ୍ସ ଉଇପନ ଆଣ୍ଡ ଇକ୍ୟୁପମେଣ୍ଟ ଇଣ୍ଡିଆ ଲିମିଟେଡ୍ (ଏଡବ୍ଲ୍ୟୁଇ ଇଣ୍ଡିଆ); ଟ୍ରୁପ୍ କମ୍ଫଟ୍‍ସ ଲିମିଟେଡ୍ (ଟିସିଏଲ); ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ (ୱାଇଆଇଏଲ୍‍); ଇଣ୍ଡିଆ ଅପ୍ଟେଲ ଲିମିଟେଡ୍ (ଆଇଓଏଲ୍‍) ଏବଂ ଗ୍ଲାଇଡର୍ସ ଇଣ୍ଡିଆ ଲିମିଟେଡ୍ (ଜିଆଇଏଲ୍‍) ।

Comments are closed.