ଆସନ୍ତାକାଲି ଅଟଳ ସୁଡ଼ଙ୍ଗକୁ ଉଦଘାଟନ କରିବେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ରୋହତଙ୍ଗଠାରେ ଅଟଳ ସୁଡ଼ଙ୍ଗକୁ ଉଦଘାଟନ କରିବେ। ଏହା ହେଉଛି ବିଶ୍ୱର ସର୍ବବୃହତ ସୁଡ଼ଙ୍ଗ ରାଜପଥ। ୯ କିଲୋମିଟର ୨୦୦ ମିଟର ଦୀର୍ଘ ଏହି ସୁଡ଼ଙ୍ଗ ମନାଲିକୁ ଲାହୁଲ-ସ୍ପିତି ଉପତ୍ୟକା ସହ ସଂଯୋଗ କରିବ। ଏହି ସୁଡ଼ଙ୍ଗ ଯୋଗୁଁ ବର୍ଷର ସବୁ ସମୟରେ ମନାଲି ଓ ଲାହୁଲ-ସ୍ପିତି ମଧ୍ୟରେ ଯାନବାହନ ଚଳାଚଳ କରିପାରିବ।

ପୂର୍ବରୁ ପ୍ରବଳ ତୁଷାରପାତ ଯୋଗୁଁ ବର୍ଷକର ୬ ମାସ ସମୟ ଲାହୁଲ-ସ୍ପିତି ଉପତ୍ୟକା ବାହ୍ୟ ଅଞ୍ଚଳଠାରୁ ବିଚ୍ଛିନ୍ନ ହୋଇ ରହୁଥିଲା। ଏହି ସୁଡ଼ଙ୍ଗ ହିମାଳୟର ପିର୍ ପଞ୍ଜାଲ ପର୍ବତ ମାଳାରେ ନିର୍ମାଣ କରାଯାଇଛି। ଏହା ସମୁଦ୍ର ପତନଠାରୁ ୩ ହଜାର ମିଟର ଉଚ୍ଚରେ ଅବସ୍ଥିତ।

ଅତ୍ୟାଧୁନିକ ବୈଷୟିକ ଜ୍ଞାନ ବ୍ୟବହାର କରାଯାଇ ଏହି ସୁଡ଼ଙ୍ଗ ନିର୍ମାଣ କରାଯାଇଛି। ଏହି ସୁଡ଼ଙ୍ଗ ନିର୍ମିତ ହେବା ଦ୍ୱାରା ମନାଲି ଓ ଲେହ ମଧ୍ୟରେ ଦୂରତ୍ୱ ୪୬ କିଲୋମିଟର କମିଯିବା ସହ ଯାତ୍ରା ସମୟ ମଧ୍ୟ ୪ରୁ ୫ ଘଣ୍ଟା ହ୍ରାସ ପାଇବ।

Comments are closed.