ଉଚ୍ଚଶିକ୍ଷାରେ ପରିବର୍ତ୍ତନ ସଂସ୍କାର ସଂକ୍ରାନ୍ତ ସମ୍ମିଳନୀ : ଉଦ୍‍ଘାଟନୀ ଅଭିଭାଷଣ ଦେବେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଜାତୀୟ ଶିକ୍ଷାନୀତି ଅଧୀନରେ ଉଚ୍ଚଶିକ୍ଷାରେ ପରିବର୍ତ୍ତନ ମୂଳକ ସଂସ୍କାର ସଂକ୍ରାନ୍ତ ସମ୍ମିଳନୀରେ ଉଦ୍‍ଘାଟନୀ ଅଭିଭାଷଣ ଦେବେ। ଏହି କାର୍ଯ୍ୟକ୍ରମ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେବ ଓ ୨୦୨୦ ଜାତୀୟ ଶିକ୍ଷାନୀତି ଅଧୀନରେ ଶିକ୍ଷା କ୍ଷେତ୍ରରେ ଅଣାଯିବାକୁ ଥିବା ପରିବର୍ତ୍ତନ ଗୁଡ଼ିକ ଉପରେ ଏଥିରେ ଆଲୋଚନା ହେବ।

ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍‍ ନିଶଙ୍କ ଓ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
ଏହି କାର୍ଯ୍ୟକ୍ରମକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରାଯାଇଛି।

Comments are closed.