୧୬ରେ ଓଡ଼ିଶା ସମେତ ୬ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୬ରେ ଆଉ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବେ। ଏହି ରାଜ୍ୟଗୁଡ଼ିକ ହେଉଛି କେରଳ, ଓଡ଼ିଶା, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର। ମଙ୍ଗଳବାର, ୧୩ ତାରିଖରେ ମୋଦୀ ୮ଟି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ସହିତ କରୋନା ସ୍ଥିତି ସମୀକ୍ଷା କରିଛନ୍ତି। ଯେଉଁ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଏବେ ବି ଚିନ୍ତାଜନକ ରହିଛି ସେଠାକାର ମୁଖ୍ୟମନ୍ତ୍ରୀଙ୍କ ସହିତ ମୋଦୀ ପର୍ଯ୍ୟାୟକ୍ରମେ କଥା ହେଉଛନ୍ତି। ଟିକାକରଣ ଅଭିଯାନ ତ୍ବରାନ୍ବିତ କରିବା ଓ କଟକଣା ଅନୁପାଳନ କରିବା ଉପରେ ମୋଦୀ ଜୋର୍‌ ଦେଉଛନ୍ତି। ମଙ୍ଗଳବାର ଆଲୋଚନାବେଳେ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଜନଗହଳି ପ୍ରତି ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

Comments are closed.