୧୦୦ ଜିଲାପାଳଙ୍କ ସହ କଥା ହେବେ ମୋଦୀ

ନୂଆଦିଲ୍ଲୀ: କରୋନା ମୁକାବିଲା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନ​‌େ​‌ରନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କ ସହ ଘନଘନ ଆଲୋଚନା ଚଳାଇଥିବାବେଳେ ଆଗାମୀ ଦିନରେ ଜିଲାପାଳମାନଙ୍କ ସହ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆସନ୍ତା ୧୮ ଓ ୨୦ତାରିଖ ଧାର୍ଯ୍ୟ ହୋଇଛି। ସର୍ବାଧିକ ସଂକ୍ରମଣ ମାମଲା ଥିବା ୧୦୦ ଜିଲାର ଜିଲାପାଳଙ୍କ ସହିତ ସେ କଥା ହେବେ ବୋଲି ସୂଚନା ମିଳିଛି। ପ୍ରଥମ ଦଫାରେ ୯ ରାଜ୍ୟର ୪୬ ଜିଲାପାଳଙ୍କ ସହିତ ମୋଦୀ ଆଲୋଚନା କରିବେ। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନାରେ ମୋଦୀଙ୍କ ସହ ୧୦ ରାଜ୍ୟର ୫୪ ଜିଲାପାଳ ସାମିଲ ହେବେ। ଏହି ଆଲୋଚନା ସମୟରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ।

Comments are closed.