ଗୁରୁବାର ରାଷ୍ଟ୍ରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରାତି ୮ ଟାରେ ରାଷ୍ଟ୍ରକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କୋଭିଡ-୧୯ ସହ ଜଡ଼ିତ ବିଭିନ୍ନ ବିଷୟ ଓ ଏହାର ମୁକାବିଲା ସମ୍ପର୍କରେ ମତ ରଖିବେ।

ପୂର୍ବରୁ ଦେଶର ସବୁ ପାର୍ଲାମେଣ୍ଟ ସଦସ୍ୟମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀରେ କରୋନା ସଚେତନତା ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଥିଲେ। ମଙ୍ଗଳବାର ବିଜେପି ସଂସଦୀୟ ଦଳ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସାମ୍ବାଦିକମାନଙ୍କୁ କହିଛନ୍ତି, ପ୍ରଧାନମନ୍ତ୍ରୀ ଦଳର ସାଂସଦମାନଙ୍କୁ ସେମାନଙ୍କର ନିଜ ନିଜର ନିର୍ବାଚନ ମଣ୍ଡଳୀକୁ ଯାଇ କରୋନା ଭୂତାଣୁ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବାକୁ କହିଛନ୍ତି। ଲୋକମାନଙ୍କୁ ଏ ସଂକ୍ରାନ୍ତରେ ସଚେତନ କରାଇବା ପାଇଁ ଗଣମାଧ୍ୟମର ସାହାଯ୍ୟ ନେବାକୁ ମଧ୍ୟ ସେ ସାଂସଦମାନଙ୍କୁ କହିଛନ୍ତି। କରୋନା ଭୂତାଣୁର ମୁକାବିଲରେ କ’ଣ କରାଯିବା ଉଚିତ୍‍ ଓ କ’ଣ କରାଯିବା ଉଚିତ୍‍ ନୁହେଁ ସେ ବିଷୟରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ କହିଛନ୍ତି।

Comments
Loading...