ଆକାଶ ମାର୍ଗରୁ ଫନି କ୍ଷୟକ୍ଷତି ଅଞ୍ଚଳ ବୁଲି ଦେଖିଲେ ମୋଦୀ

ଭୁବନେଶ୍ୱର .- ଅତି ଭୀଷଣ ସାମୁଦ୍ରିକ ଝଡ ଫନିର ପ୍ରଭାବରେ ପୁରୀ ସହ ଭୁବନେଶ୍ୱର, କଟକ ଓ ଅନ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ହୋଇଛି। ସୋମବାରରେ ଆକାଶ ମାର୍ଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଫନି ପ୍ରଭାବରୁ ଲୋକଙ୍କୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା କିଛି କମ୍‌ କଥା ନୁହେଁ ବୋଲି ମୋଦୀ ପ୍ରକାଶ କରିଛନ୍ତି । ଲୋକମାନେ ପ୍ରଶାସନ କଥା ମାନି ସୁରକ୍ଷିତ ସ୍ଥାନକୁ ଯାଇଥିବାରୁ ସେ ଓଡିଶାବାସୀଙ୍କୁ ପ୍ରଶଂସା କରିଛନ୍ତି । ବାତ୍ୟା ପ୍ରଭାବରେ ଭାଙ୍ଗିଯାଇଥିବା ଘରକୁ ସଜାଡି ହେବା ହେଲେ ଜୀବନ ବଞ୍ଚିଯିବା ସବୁଠାରୁ ବଡ କଥା ବୋଲି ମୋଦୀ ପ୍ରକାଶ କରିଛନ୍ତି । ଓଡ଼ିଶାକୁ ବାତ୍ୟା ପାଇଁ ଆଉ ଏକ ହଜାର କୋଟି ଟଙ୍କା ସହାୟତା ଦିଆଯିବ ବୋଲି ମୋଦୀ ଘୋଷଣା କରିଛନ୍ତି । ମୋଦୀଙ୍କର ଏହି ଘୋଷଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି ।

Comments are closed.