କୋଭିଡ-୧୯ ମୁକାବିଲା : ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ଷମତାପ୍ରାପ୍ତ ଗୋଷ୍ଠୀର ସମୀକ୍ଷା ବୈଠକ

ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ ମୁକାବିଲା ଲାଗି ଯୋଜନା ପ୍ରସ୍ତୁତ କରିବା ଏବଂ  କାର୍ଯ୍ୟକାରୀ କରିବା ଲାଗି ଗଠିତ କ୍ଷମତାପ୍ରାପ୍ତ ଗୋଷ୍ଠୀଗୁଡ଼ିକର ମିଳିତ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏକାଧିକ ଟ୍ଵିଟ ଜରିଆରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ସେ ଏହି ବୈଠକରେ ଦେଶବ୍ୟାପୀ କରୋନା ମୁକାବିଲା ଦିଗରେ ନିଆଯାଇଥିବା ପଦକ୍ଷେପ ସମୀକ୍ଷା କରିଥିଲେ । ସମୀକ୍ଷାରେ ଡାକ୍ତରଖାନା, ସଙ୍ଗରୋଧ ଓ ଏକାନ୍ତବାସ ସୁବିଧା, ରୋଗ ନିରୀକ୍ଷଣ, ପରୀକ୍ଷା ଏବଂ ଜଟିଳ ଚିକିତ୍ସା ତାଲିମ ଆଦି ପ୍ରସଙ୍ଗ ସ୍ଥାନ ପାଇଥିଲା । ବ୍ୟକ୍ତିଗତ ସୁରକ୍ଷା ଉପକରଣ, ମାସ୍କ, ଗ୍ଲୋବ୍ସ ଓ ଭେଣ୍ଟିଲେଟର ଆଦି ଜରୁରି ଚିକିତ୍ସା ଉପକରଣର ଉତ୍ପାଦନ, କ୍ରୟ ଏବଂ ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ସମ୍ପୃକ୍ତ ଗୋଷ୍ଠୀ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.