ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ଓଲଟିଲା ବସ ; ୧୫ ଆହତ

0

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ମଲିପଡା ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବସରେ ଥିବା ୧୫ଜଣ ବିଜେପି ସମର୍ଥକ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଆସିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକମକୁ ଓଡ଼ିଶାର କୋଣଅନୁକୋଣରୁ ଲୋକମାନେ ଆସିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କିଛି ସମର୍ଥକ ବସରେ ଫେରୁଥିବା ସମୟରେ ଦୁର୍ଘଟଣା ହୋଇଥିଲା। ଏକ କାର ବସ ପଛ ପଟୁ ଧକ୍କା ଦେବା ଫଳରେ ବସଟି ରାସ୍ତାରେ ଓଲଟି ପଡିଥିଲା। ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।

Leave A Reply