ପଶ୍ଚିମ ବଙ୍ଗର ସମସ୍ତ ନିର୍ବାଚନୀ ଶୋଭାଯାତ୍ରା ବାତିଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗର ସମସ୍ତ ନିର୍ବାଚନୀ ଶୋଭାଯାତ୍ରା ବାତିଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ସଂକ୍ରମଣ ବଢୁଥିବାରୁ ସବୁ ଶୋଭାଯାତ୍ରା ବାତିଲ କରିଥିବା ଜଣାପଡ଼ିଛି। ନିର୍ବାଚନ ପ୍ରଚାର ପାଇଁ ଏବେ ପଶ୍ଚିମ ବଙ୍ଗ ଯିବେନି କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ଏକାଧିକ ବୈଠକରେ କରୋନା ସ୍ଥିତି ସମୀକ୍ଷା କରିବେ ନରେନ୍ଦ୍ର ମୋଦି। ଆସନ୍ତାକାଲି ବର୍ତ୍ତମାନର କୋଭିଡ-19 ସ୍ଥିତିର ସମୀକ୍ଷା ନିମନ୍ତେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ।
ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ଯେ ଆସନ୍ତାକାଲି, ବର୍ତ୍ତମାନର କୋଭିଡ-19 ସ୍ଥିତି ସମୀକ୍ଷା ଲାଗି ଏକ ଉଚ୍ଚସ୍ତରୀୟ ବୈଠକରେ ଅଂଶଗ୍ରହଣ କରିବି। ଏହି କାରଣରୁ, ମୁଁ ପଶ୍ଚିମବଙ୍ଗ ଗସ୍ତରେ ଯିବି ନାହିଁ।

Comments are closed.