ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସକୁ ସମର୍ଥନ କରିବେ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହ୍ଲାଦ

0

କଲକାତା : ଆଗାମୀ ଲୋକସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱ ତୃଣମୂଳ କଂଗ୍ରେସକୁ ସମର୍ଥନ କରିବା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାନ ଭାଇ ପ୍ରହ୍ଲାଦ ମୋଦୀ। ପ୍ରହ୍ଲାଦ ଫେୟାର ପ୍ରାଇସ୍‍ ସପ୍‍ ଓନର୍ସ ଫେଡେରେସନର ଅଧ୍ୟକ୍ଷ ଥିବାବେଳେ ଆଗାମୀ ନିର୍ବାଚନରେ ଏହି ସଂଗଠନ ତୃଣମୂଳ କଂଗ୍ରେସକୁ ସମର୍ଥନ କରିବା ନେଇ ଘୋଷଣା କରିଛି। ସଂଗଠନ ସମ୍ପାଦକ ବିଶ୍ୱମ୍ବର ବସୁ କହିଛନ୍ତି ଯେ ଆଗାମୀ ସାଧାରଣ ନିର୍ବାଚନରେ ସଦସ୍ୟମାନେ ଦେଶବ୍ୟାପୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରଚାର କରିବେ। ବିଜେପି ସରକାରକୁ ବରଖାସ୍ତ କରିବା ଲାଗି ସଂଗଠନ ତୃଣମୂଳ କଂଗ୍ରେସକୁ ସମର୍ଥନ କରିବ। ଦମ୍‍ଦମ୍‍ ଠାରେ ଆୟୋଜିତ ପଶ୍ଚିମବଙ୍ଗ ସରକାରଙ୍କ ଖାଦ୍ୟ ସାଥୀ ଯୋଜନାର ବୈଠକ ଅବସରରେ ସେ ଏହି ଘୋଷଣା କରିଛନ୍ତି। ବୈଠକରେ ରାଜ୍ୟ ଖାଦ୍ୟ ମନ୍ତ୍ରୀ ଜ୍ୟୋତିପ୍ରିୟୋ ମଲ୍ଲିକ ଓ ସାଂସଦ ସୌଗତ ରାୟ ଉପସ୍ଥିତ ଥିଲେ।

Leave A Reply