ଦିଲ୍ଲୀ ମେଟ୍ରୋର ଚାଳକ ବିହୀନ ରେଳ ସେବା ୨୮ରୁ

ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୮ତାରିଖରେ ଦିଲ୍ଲୀ ମେଟ୍ରୋ ରେଳ ନିଗମ(ଡିଏମଆରସି)ର ପ୍ରଥମ ଚାଳକ ବିହୀନ ମେଟ୍ରୋ ଟ୍ରେନ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।

ସୂଚନା ଅନୁଯାୟୀ, ଡିସେମ୍ବର ୨୮ରେ ଜନକପୁରୀ ପଶ୍ଚିମରୁ ନୋଏଡା ବଟାନିକାଲ ଗାର୍ଡେନକୁ ସଂଯୋଗ କରୁଥିବା ୩୭ କିଲୋମିଟର ଦୀର୍ଘ ମ୍ୟାଜେଣ୍ଟା ଲାଇନରେ ଦେଶର ପ୍ରଥମ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଚାଳକ ବିହୀନ ଟ୍ରେନ ସେବାର ପ୍ରଧାନମନ୍ତ୍ରୀ ମୋଦୀ ଶୁଭାରମ୍ଭ କରିବେ।

ଏଥିସହ ସେ ଏୟାରପୋର୍ଟ ଏକ୍ସପ୍ରେସ ଲାଇନରେ ଯାତ୍ରା ପାଇଁ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନ୍ୟାସନାଲ କମନ୍ ମୋବିଲିଟି କାର୍ଡର ମଧ୍ୟ ଶୁଭାରମ୍ଭ କରିବେ।

Comments are closed.