ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବେ ମୋଦୀ

ଡେସ୍କ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଭିମୁଖେ ଯାତ୍ରା କରିଛନ୍ତି। ଏକ ଟ୍ୱିଟ୍‍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ସମସ୍ତ ଭାରତୀୟଙ୍କ ପକ୍ଷରୁ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଓ ସ୍ୱର୍ଗତଃ ସିଞ୍ଜୋ ଆବେଙ୍କ ପତ୍ନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ସ୍ୱର୍ଗତଃ ଆବେ ତାଙ୍କର ଜଣେ ଉତ୍ତମ ବନ୍ଧୁ ଥିଲେ ଓ ଭାରତ-ଜାପାନ ମଧ୍ୟରେ ବନ୍ଧୁତା ସମ୍ପର୍କକୁ ନିବିଡ଼ କରିବା କ୍ଷେତ୍ରରେ ସେ ଜଣେ ଅଗ୍ରଣୀ ନେତା ଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ବାର୍ତ୍ତାରେ କହିଛନ୍ତି। ସ୍ୱର୍ଗତଃ ଆବେଙ୍କ ସ୍ୱପ୍ନ ଅନୁଯାୟୀ ଭାରତ ଓ ଜାପାନ୍‍ ମଧ୍ୟରେ ନିବିଡ଼ ବନ୍ଧୁତା ଜାରି ରହିବ ବୋଲି ଶ୍ରୀ ମୋଦୀ କହିଛନ୍ତି। ଏହି ଗସ୍ତ କାଳରେ ଶ୍ରୀ ମୋଦୀ ଜାପାନର ନୂଆ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱର୍ଗତଃ ଆବେଙ୍କର ଅନ୍ତ୍ୟେଷ୍ଟି କ୍ରିୟା ଟୋକିଓର ନିପୋନ ବୁଡୋକନ ଏରେନାରେ ଅନୁଷ୍ଠିତ ହେବ।

ସୂଚନା ଯୋଗ୍ୟ ଏକ ନିର୍ବାଚନ ସଭାରେ ଉଦ୍‍ବୋଧନ ଦେଉଥିବା ବେଳେ ଜୁଲାଇ ୮ ତାରିଖରେ ସିଞ୍ଜୋ ଆବେଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।

Comments are closed.