ବକ୍ସ ଅଫିସରେ ‘ପିଏମ୍‍ ନରେନ୍ଦ୍ର ମୋଦୀ’ : ଚତୁର୍ଥ ଦିନରେ କମିଲା ଆୟ

ମୁମ୍ବଇ : ବିବେକ ଓବରୟଙ୍କ ଅଭିନୀତ ଚଳଚ୍ଚିତ୍ର ‘ପିଏମ୍‍ ନରେନ୍ଦ୍ର ମୋଦୀ’କୁ ବକ୍ସ ଅଫିସରେ ଭଲ ପ୍ରତିକ୍ରିୟା ମିଳୁଥିଲେ ମଧ୍ୟ ଚତୁର୍ଥ ଦିନରେ ଏହାର ଆୟ ହ୍ରାସ ପାଇଛି। ରବିବାର ପର୍ଯ୍ୟନ୍ତ ଚଳଚ୍ଚିତ୍ର ଆଶାଠାରୁ ଅଧିକ ଆୟ କରିଥିଲା। ମାତ୍ର ମୁକ୍ତିଲାଭର ଚତୁର୍ଥ ଦିନ ଅର୍ଥାତ୍‍ ସୋମବାର ଚଳଚ୍ଚିତ୍ର ପ୍ରାୟ ୨ କୋଟି ଟଙ୍କାର ବ୍ୟବସାୟ କରିଛି। ଟ୍ରେଡ଼ ଏକ୍ସପର୍ଟ ତରଣ ଆଦର୍ଶଙ୍କ କହିବା ମୁତାବକ, ‘ପିଏମ୍‍ ନରେନ୍ଦ୍ର ମୋଦୀ’ ମୁକ୍ତିଲାଭର ପ୍ରଥମ ଦିନ ୨.୮୮ କୋଟି, ଦ୍ୱିତୀୟ ଦିନ ୩.୭୬ କୋଟି ଟଙ୍କା ଆୟ କରିଛି। ତୃତୀୟ ଦିନ ଚଳଚ୍ଚିତ୍ରର ଆୟରେ ବୃଦ୍ଧି ପରିଲକ୍ଷିତ ହୋଇଥଲା। ଚଳଚ୍ଚିତ୍ର ତୃତୀୟ ଦିନ ୫.୧୨ କୋଟି ଟଙ୍କା ଆୟ କରିଥିଲା। ଚତୁର୍ଥ ଦିନ ଚଳଚ୍ଚିତ୍ର ପ୍ରାୟ ୨ କୋଟି ଟଙ୍କାର ବ୍ୟବସାୟ କରିଛି। ଏହିପରି ଭାବେ ଚଳଚ୍ଚିତ୍ର ଚାରି ଦିନରେ ମୋଟ୍‍ ୧୩ କୋଟି ଟଙ୍କାର ବ୍ୟବସାୟ କରିଛି।

ସୂଚନାଯୋଗ୍ୟ, ‘ପିଏମ୍‍ ନରେନ୍ଦ୍ର ମୋଦୀ’କୁ ଚଳଚ୍ଚିତ୍ର ସମୀକ୍ଷକମାନେ ନକରାତ୍ମକ ପ୍ରତିକ୍ରିୟା ଦେଇଥିଲେ। ହେଲେ ଚଳଚ୍ଚିତ୍ରକୁ ମୋଦୀ ହାୱାର ଭଲ ଫାଇଦା ମିଳିଲା।

Comments are closed.