ବିଜେପି କାର୍ଯ୍ୟାଳୟରେ ଏନ୍‌ଆର ଆଇ ସମର୍ଥକ

ନୂଆଦିଲ୍ଲୀ : ଶପଥ ଗ୍ରହଣ ସମାରୋହ ପୂର୍ବରୁ ଏକାଧିକ ଏନ୍‌ଆରଆଇ (ବିଦେଶରେ ରହୁଥିବା ଭାରତୀୟ ବଂଶୋଦଭବ) ବିଜେପିର ମୁଖ୍ୟାଳୟ ଗସ୍ତ କରିଥିଲେ। ନ୍ୟୁୟର୍କ ନିବାସୀ ଜଣେ ଏନ୍‌ଆରଆଇ କହିଛନ୍ତି, ମୋଦୀଙ୍କ ନେତୃତ୍ବରେ ଭାରତ ବିଶ୍ବର ଦ୍ରୁତ ବିକାଶୀଳ ଅର୍ଥନୀତିରେ ପରିଣତ ହୋଇଛି। ମୋଦୀ ଜଣେ ବିଶ୍ବ ପ୍ରସିଦ୍ଧ ନେତା। ସେ ତୃଣମୂଳ ସ୍ତରରେ କାର୍ଯ୍ୟ କରିଛନ୍ତି। ସେ ଜଣେ ବିଶ୍ବସ୍ତ ଏବଂ ସଂକଳ୍ପବଦ୍ଦ ନେତା। ୨୦୨୪ ସୁଦ୍ଧା ସେ ନିଜର ସମସ୍ତ ପ୍ରତିଶ୍ରୁତି ପୂରଣ କରିବେ।

Comments
Loading...