ଗଣତନ୍ତ୍ରର ଅସ୍ତ୍ର ହେଉଛନ୍ତି ମତଦାତା – ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଚଳିତ ସାତ ପର୍ଯ୍ୟାୟ ବିଶିଷ୍ଟ ଲୋକସଭା ନିର୍ବାଚନର ମଙ୍ଗଳବାର ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ଥିଲା ବୃହତ ଯେଉଁଥିରେ ଲକ୍ଷ ଲକ୍ଷ ଭାରତୀୟ ଭାଗ ନେଇଛନ୍ତି ଏବଂ ଏଠି ସହିତ ନିଜ ରାଜ୍ୟ ଗୁଜୁରାଟରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତଦାନ କରିଛନ୍ତି। ସେ ପୁଣିଥରେ ଆତଙ୍କବାଦ ନିପାତ କଥା ଦୋହରାଇଛନ୍ତି। ନିର୍ବାଚନ କମିଶନଙ୍କ ଠାରୁ ମିଳିଥିବା ସର୍ବଶେଷ ସୂଚନା ଅନୁଯାୟୀ, ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬୬ ପ୍ରତିଶତ ମତଦାନ ହୋଇଛି।

ମଙ୍ଗଳବାର ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମା’ଙ୍କୁ ଭେଟିବା ପରେ ଏକ ଖୋଲା ଜୀପରେ ରାସ୍ତାରେ ଯାଉଥିବା ଶହ ଶହ ଜନସାଧାରଣଙ୍କୁ ଅଭିବାଦନ ଜଣେଇ ସେ ଭୋଟ ଗ୍ରହଣ କେନ୍ଦ୍ରରେ ପହଂଚି ଥିଲେ ଓ ମତଦାନ କରିଥିଲେ। ମତଦାନ ପରେ ମୋଦୀ ଭୋଟ ଗ୍ରହଣ କେନ୍ଦ୍ର ବାହାରେ ସାମ୍ବାଦିକମାନଙ୍କୁ କହିଥିଲେ, ଯେମିତି ଆତଙ୍କବାଦର ଅସ୍ତ୍ର ହେଉଛି ଆଇଇଡ଼ି ବିସ୍ଫୋରକ, ସେମିତି ଗଣତନ୍ତ୍ରର ଅସ୍ତ୍ର ହେଉଛନ୍ତି ଭୋଟର। ସେ କହିଥିଲେ ଯେ ଭୋଟର ହେଉଛି ଆଇଇଡ଼ି ବିସ୍ଫୋରକ ଠାରୁ ଅଧିକ ଶକ୍ତିଶାଳୀ।

Comments are closed.