ବିଶ୍ୱ ଅର୍ଥନୈତିକ ଫୋରମ୍‍ ଆଲୋଚନା​ରେ ଆସନ୍ତାକାଲି ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ବିଶ୍ୱ ଅର୍ଥନୈତିକ ଫୋରମ୍‍ ଆଲୋଚନା​ରେ ଉଦବୋଧନ ଦେବେ। ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍‍ ଆଲୋଚନା ଅନୁଷ୍ଠିତ ହେବ। ସମଗ୍ର ବିଶ୍ୱରୁ ୪୦୦ରୁ ଊର୍ଦ୍ଧ୍ବ ଉଦ୍ୟୋଗପତି ଏଥିରେ ଅଂଶଗ୍ରହଣ କରିବେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ‘ଚତୁର୍ଥ ଶିଳ୍ପ ବିପ୍ଳବ – ମାନବଜାତିର କଲ୍ୟାଣ ପାଇଁ ବୈଷୟିକଜ୍ଞାନର ବ୍ୟବହାର’ ପ୍ରସଙ୍ଗ ଉପରେ ଉଦବୋଧନ ଦେବେ। ସେ ବିଭିନ୍ନ କମ୍ପାନୀର ସିଇଓ ମାନଙ୍କ ସହ ବାର୍ତ୍ତାଳାପ କରିବେ। ଡାଭୋସ ଆଲୋଚନା କୋଭିଡ୍‍ ପରବର୍ତ୍ତୀ ସମୟରେ ବିଶ୍ୱ ଅର୍ଥନୈତିକ ଫୋରମ୍‍ର ସର୍ବବୃହତ ସୁଧାର ମୂଳକ ପଦକ୍ଷେପ ହେବ।

Comments are closed.