ପ୍ରଧାନମନ୍ତ୍ରୀଙ୍କ ପାଇଁ ଆସୁଛି ଅଭେଦ୍ୟ ‘ଉଡ଼ନ୍ତା କିଲ୍ଲା’- ‘ଏୟାର ଇଣ୍ଡିଆ ୱାନ୍’

ଆମେରିକା ରାଷ୍ଟ୍ରପତିଙ୍କ ‘ଏୟାର ଫୋର୍ସ ୱାନ’ ସମକକ୍ଷ 'ଏୟାର ଇଣ୍ଡିଆ ୱାନ୍'

ସମାଜ ପୋର୍ଟାଲ ଡେସ୍କ (ସତ୍ୟଜିତ୍ ସାହୁ) : ଚଳିତ ବର୍ଷ ଫେବୃଆରୀ ୨୪ ଓ ୨୫ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ଚର୍ଚାର ପରିସରକୁ ଆସିଥିଲା ଆମେରିକାର ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ପାଇଁ ବ୍ୟବହୃତ ହେଉଥିବା ଆମେରିକା ବାୟୁସେନାର ବିମାନ ‘ଏୟାର ଫୋର୍ସ ୱାନ’। ଆମେରିକାର ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ପାଇଁ ବ୍ୟବହାର କରାଯାଉଥିବା ‘ଏୟାର ଫୋର୍ସ ୱାନ’ ବିଶ୍ବର ଶକ୍ତିଶାଳୀ ବିମାନ ମଧ୍ୟରେ ଅନ୍ୟତମ ଅଟେ।

ତେବେ ଏହାରି ମଧ୍ୟରେ ଭାରତ ମଧ୍ୟ ଆମେରିକାର ‘ଏୟାର ଫୋର୍ସ ୱାନ’ ସମକକ୍ଷ ଦୁଇଟି ବିମାନ ପାଇବାକୁ ଯାଉଛି। ଯେଉଁଥିରୁ ଗୋଟିଏ ଭାରତର ପ୍ରଧାନମନ୍ତ୍ରୀ ଗସ୍ତ ପାଇଁ ବ୍ୟବହାର କରାଯିବ ବୋଲି ଜଣାପଡିଛି। ଆଧୁନିକ ସୁରକ୍ଷା ବ୍ୟବସ୍ଥା ସହ ସଜ୍ଜିତ ଏହି ବିମାନରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟବହାର କରାଯିବ । ଏହି ବିମାନର ନାମ ‘ଏୟାର ଇଣ୍ଡିଆ ୱାନ୍’ ରଖାଯାଇଛି। ଏୟାର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ଭାରତ ଆମେରିକାଠାରୁ ଦୁଇଟି ବୋଇଙ୍ଗ -୭୭୭ ବିମାନ କିଣିଛି। ଏହି ବିମାନର ମୂଲ୍ୟ ୮୪୫୮ କୋଟି ଟଙ୍କା ବୋଲି କୁହାଯାଇଛି। ଏହି ବିମାନ ମଧ୍ୟରୁ ଗୋଟିଏ ଚଳିତ ମାସ ଅର୍ଥାତ ଅଗଷ୍ଟରେ ଭାରତକୁ ମିଳିବ। ଏଥି ନିମନ୍ତେ ଏୟାର ଇଣ୍ଡିଆର ବରିଷ୍ଠ ଅଧିକାରୀମାନେ ଶୁକ୍ରବାର ଆମେରିକା ଯାଇଥିବା ଜଣାପଡିଛି।

ସୂଚନାଅନୁସାରେ ଭାରତର ପ୍ରଧାନମନ୍ତ୍ରୀ ଏବଂ ଭାରତର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ପାଇଁ ଆମେରିକାରୁ ଦୁଇଟି ବୋଇଙ୍ଗ -୭୭୭ ବିମାନ କିଣିବା ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଆମେରିକାରେ ନିର୍ମିତ ଏହି ବିମାନକୁ ଏକ ଅବିଶ୍ୱସନୀୟ ବାୟୁ ଦୁର୍ଗରେ ପରିଣତ ହୋଇଛି । ଏହି ବିମାନକୁ ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ ବ୍ୟବହାର କରାଯାଉଥିବା ‘ଏୟାର ଫୋର୍ସ ୱାନ’  ଭଳି ଶକ୍ତିଶାଳୀ ବିମାନରେ ପରିଣତ କରାଯାଇଛି। ଯାହା ସମସ୍ତ ପ୍ରକାର ଅତ୍ୟାଧୁନିକ ସୁରକ୍ଷା ପ୍ରଣାଳୀର ସମକକ୍ଷ । ଏୟାର ଇଣ୍ଡିଆର ବରିଷ୍ଠ ଅଧିକାରୀ, ସୁରକ୍ଷା ଅଧିକାରୀ ଏବଂ ବରିଷ୍ଠ ସରକାରୀ ଅଧିକାରୀଙ୍କ ମିଳିତ ଦଳ ଶୁକ୍ରବାର ଦିନ ଆମେରିକାରୁ ଏହି ସ୍ୱତନ୍ତ୍ର ଏକ୍ସଟ୍ରା ସେକ୍ସନ୍ ଫ୍ଲାଇଟ୍ (SESF) ଭିଭିଆଇପି ବିମାନ ‘ଏୟାର ଇଣ୍ଡିଆ ୱାନ୍’ ଆଣିବାକୁ ଯାଇଥିବା ଜଣାପଡିଛି।। ଏଥି ସହିତ କୁହାଯାଇଛି ଯେ ଏହି ବିମାନ ଭାରତ ଆସିବା ପରେ ଏହି ବିମାନ ଚଳାଇବା ଦାୟିତ୍ଵ ଏୟାର ଇଣ୍ଡିଆ ପରିବର୍ତ୍ତେ ଭାରତୀୟ ବାୟୁସେନାକୁ ଦିଆଯିବ।

‘ଏୟାର ଇଣ୍ଡିଆ ୱାନ୍’ର କଣ ରହିଛି ବିଶେଷତ୍ବ…

  • ଏହି ବିମାନରେ ଖଞ୍ଜା ଯାଇଥିବା ସେନ୍ସର ଖୁବ୍ ଶକ୍ତିଶାଳୀ ଅଟେ। ଏହା କୌଣସି ମିଜାଇଲ ଆଟାକ୍ ହେବାପୂର୍ବରୁ ସୂଚନା ପାଇଯାଏ। ଖଞ୍ଜା ଯାଇଥିବା ସେନ୍ସରମାନେ ପାଇଲଟଙ୍କୁ କ୍ଷେପଣାସ୍ତ୍ର ଉପରେ ଆକ୍ରମଣ କରିବାରେ ସାହାଯ୍ୟ କରନ୍ତି।
  • ବୈଦ୍ୟୁତିକ ଯୁଦ୍ଧ ଜାମର୍ ଖଞ୍ଜା ଯାଇଥିବା ଯୋଗୁ ଏହି ବିମାନ ଶତ୍ରୁର ଜିପିଏସ୍ ଏବଂ ଡ୍ରୋନ୍ ସିଗ୍ନାଲ୍ ରୋକିବା ପାଇଁ କାର୍ଯ୍ୟ କରେ ।
  • ଏହି ବିମାନଟିରେ ଆଣ୍ଟି-ମିସାଇଲ୍ ସିଷ୍ଟମ୍ ଖଞ୍ଜା ଯାଇଛି। ଯାହା ବିମାନକୁ ଇନଫ୍ରାଡ୍ କ୍ଷେପଣାସ୍ତ୍ର ଆକ୍ରମଣରୁ ରକ୍ଷା କରିଥାଏ।
  • ମିରର୍ ବଲ୍ ସିଷ୍ଟମ୍ ଡେଣାରେ ଥିବା ଏହି ଟେକ୍ନୋଲୋଜି ବିମାନକୁ ଇନଫ୍ରାଡ୍ କ୍ଷେପଣାସ୍ତ୍ରରୁ ରକ୍ଷା କରିଥାଏ।
  • ଏହି ବିମାନରେ ଯେଉଁସବୁ ଇଲୋକଟ୍ରୋନିକ ଉପକରଣ ବ୍ୟବହାର କରାଯାଇଛି ସେଥିରେ ବିଦ୍ୟୁତ ଚୁମ୍ବକୀୟ କମ୍ପନର କୌଣସି ପ୍ରଭାବ ପଡିନଥାଏ।
  • ସୁରକ୍ଷିତ ସାଟେଲାଇଟ୍ ଯୋଗାଯୋଗ ବ୍ୟବସ୍ଥା: ବିମାନଟି ଚାଫ୍ ଏବଂ ଫ୍ଲେୟାର୍ ସିଷ୍ଟମ୍ ସହିତ ସଜ୍ଜିତ ହୋଇଛି । ଯାତ୍ରା ସମୟରେ କୌଣସି ଆପତଃକାଳୀନ ପରିସ୍ଥିତି ଉପୁଜିଲେ ପ୍ରଧାନମନ୍ତ୍ରୀ ବିମାନ ଉଡାଣ ସମୟରେ ମଧ୍ୟ ସେନା ଅଧିକାରୀମାନଙ୍କୁ କମାଣ୍ଡ ଦେଇ ପାରିବେ।
  • ଏହି ବିମାନ କ୍ଷେପଣାସ୍ତ୍ରକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ଆଲୋକିତ ଅଗ୍ନି ଛାଡିଥାଏ । ସେମାନଙ୍କର ତାପମାତ୍ରା ଜେଟ୍ ଇଞ୍ଜିନର ଅଗ୍ରଭାଗ କିମ୍ବା ନିଷ୍କାସନଠାରୁ ୨,୦୦ ଡିଗ୍ରୀ ଫାରେନ୍ହାଇଟ୍ ଅଧିକ
  • ଏହି ‘ଏୟାର ଇଣ୍ଡିଆ ୱାନ୍’ ବିମାନଟିରେ ଆଧୁନିକ ଏବଂ ସୁରକ୍ଷିତ ସାଟେଲାଇଟ୍ ଯୋଗାଯୋଗ ବ୍ୟବସ୍ଥା ଖଞ୍ଜା ଯାଇଛି। ଯାହା ବିମାନକୁ ଖୁବ୍ ଶକ୍ତିଶାଳୀରେ ପରିଣତ କରିଛି।
  • ଏହି ବିମାନଟିରେ ବାୟୁରେ ଇନ୍ଧନ ଭରିବାର ସୁବିଧା ରହିଛି। ଏହି ବିମାନ ଥରେ ଇନ୍ଧନ ଭରିଲେ ୧୭ ଘଣ୍ଟା ଯାଏଁ ନିରନ୍ତର ଉଡିପାରେ।

 

 

Comments are closed.