ନୂଆ ଆହ୍ୱାନର ମୁକାବିଲା ଶୀର୍ଷକରେ ମତ ରଖିବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟ୍ୱିଟ କରି କହିଛନ୍ତି ଯେ ସେ ଆମେରିକାର ଇଣ୍ଡିଆ ଷ୍ଟ୍ରାଟେଜିକ୍ ଏବଂ ପାର୍ଟନରସିପ୍ ଫୋରମର ତୃତୀୟ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବାକୁ ଅପେକ୍ଷା କରିଛନ୍ତି ଏବଂ ଏଥିରେ ସେ ନୂଆ ଆହ୍ୱାନର ମୁକାବିଲା ଉପରେ ନିଜର ମତା ରଖିବେ। ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟରେ ଆଜି ସନ୍ଧ୍ୟା ୯ଟାରେ ଏହି ସମ୍ମିଳନୀର ସିଧା ପ୍ରସାରଣରେ ଭାଗ ନେବା ପାଇଁ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ଏହି ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବାକୁ ଅପେକ୍ଷା କରିଛନ୍ତି। ଏଥିପାଇଁ ୱେବସାଇଟ usindiaweek2020.comରେ ପଞ୍ଜିକରଣ କରିବା ପାଇଁ କହିଛନ୍ତି।

ଆମେରିକା ଇଣ୍ଡିଆ ଷ୍ଟ୍ରାଟେଜିକ୍ ଏବଂ ପାର୍ଟନରସିପ୍ ଫୋରମ ହେଉଛି ଏକ ଅଣ-ଲାଭଜନକ ସଂଗଠନ ଓ ଏହା ଭାରତ ଏବଂ ଆମେରିକା ମଧ୍ୟରେ ଭାଗିଦାରୀ ପାଇଁ କାର୍ଯ୍ୟ କରିଥାଏ। ଗତ ଅଗଷ୍ଟ ୩୧ରେ ଆରମ୍ଭ ହୋଇଥିବା ଏହି ପାଞ୍ଚ ଦିନିଆ ଶିଖର ସମ୍ମିଳନୀର ବିଷୟବସ୍ତୁ ହେଉଛି ‘US-India Navigating New Challenge’। ଏଥିରେ ବିଶ୍ୱ ଉତ୍ପାଦନ ହବ୍ ହେବାରେ ଭାରତର ସାମର୍ଥ୍ୟ, ଭାରତର ଗ୍ୟାସ୍ ବଜାରରେ ସୁଯୋଗ, ଭାରତକୁ ବୈଦେଶିକ ପୁଞ୍ଜି ଆକୃଷ୍ଟ କରିବା ପାଇଁ ବ୍ୟବସାୟ କରିବାର ସହଜତା ଓ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

Comments are closed.