ପିଏମ-କିଷାନ ଯୋଜନା : ଆସନ୍ତାକାଲି ଆର୍ଥିକ ସହାୟତାର ଅଷ୍ଟମ କିସ୍ତି ପ୍ରଦାନ କରିବେ ମୋଦୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ଶୁକ୍ରବାର) ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଅଧୀନରେ ଆର୍ଥିକ ସହାୟତାର ଅଷ୍ଟମ କିସ୍ତି ପ୍ରଦାନ କରିବେ। ଏହାଦ୍ଵାରା ୯.୫ କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାରକୁ ୧୯ ହଜାର କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ହିତାଧିକାରୀ କୃଷକମାନଙ୍କ ସହିତ ମଧ୍ୟ ମତ ବିନିମୟ  କରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ।

ପିଏମ-କିଷାନ ବିଷୟରେ

ପିଏମ-କିଷାନ ଯୋଜନା ଅଧୀନରେ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ କୃଷକ ପରିବାରକୁ ତିନୋଟି ସମାନ କିସ୍ତି ଅର୍ଥାତ ପ୍ରତି ୪ ମାସରେ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥାଏ। ଏହି ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ କରାଯାଏ। ଏହି ଯୋଜନା ମାଧ୍ୟମରେ ଆଜିସୁଦ୍ଧା ୧.୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ହସ୍ତାନ୍ତର କରାଯାଇଛି ।

Comments
Loading...