ଆଜି ତିରୁପତିରେ ଭେଙ୍କଟେଶ୍ୱରଙ୍କ ଦର୍ଶନ କରିବେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ତିରୁମଲାପୀଠ ପରିଦର୍ଶନ କରି ପ୍ରଭୁ ଶ୍ରୀଭେଙ୍କଟେଶ୍ୱରଙ୍କ ଦର୍ଶନ କରିବେ। ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ଗସ୍ତ ସାରି ସେ ସିଧାସଳଖ ବିମାନଯୋଗେ ତିରୁପତି ନିକଟ ରେନିଗୁଣ୍ଟା ବିମାନ ବନ୍ଦରରେ ଆଜି ସନ୍ଧ୍ୟାରେ ପହଞ୍ଚିବେ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶର ମୁଖ୍ୟ ସଚିବ ଏଲ୍‍.ଭି. ସୁବ୍ରମଣ୍ୟମ୍‍ ପ୍ରସ୍ତୁତି ବ୍ୟବସ୍ଥାର ତଦାରଖ କରିଛନ୍ତି। ସେ ମଧ୍ୟ ଭିଡିଓ
କନ୍‍ଫରେନ୍‍ସିଂ ବ୍ୟବସ୍ଥାରେ ତିରୁପତି ତିରୁମଳା ଦେବସ୍ନାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନିଲ୍‍ କୁମାର ସିଂହଲ୍‍, ଚିତ୍ତୁର ଜିଲ୍ଲାପାଳ ଓ
ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

Comments are closed.