ଆସନ୍ତାକାଲି ଅନ୍ତର୍ଜାତୀୟ ଜଳ ଦିବସ : ଆରମ୍ଭ ହେବ ‘କ୍ୟାଚ୍‍ ଦ ରେନ୍‍’ ଅଭିଯାନ

ବର୍ଷାଜଳ ସଂରକ୍ଷଣକୁ ଜନ ଆନ୍ଦୋଳନରେ ପରିଣତ କରିବା ଲକ୍ଷ୍ୟ

ନୂଆଦିଲ୍ଲୀ :  ଆସନ୍ତାକାଲି ଅନ୍ତର୍ଜାତୀୟ ଜଳ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ‘କ୍ୟାଚ୍‍ ଦ ରେନ୍‍’ ବା ବର୍ଷାଜଳ ସଂରକ୍ଷଣ ଅଭିଯାନର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଜଳ ଶକ୍ତି ମନ୍ତ୍ରୀ ଏବଂ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କେନ୍‍ ବେତୱା ନଦୀ ସଂଯୋଗୀକରଣ ପ୍ରକଳ୍ପ ଉପରେ ଐତିହାସିକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ନଦୀ ସଂଯୋଗୀକରଣ ଉପରେ ରାଷ୍ଟ୍ରୀୟ ଯୋଜନାର ଏହା ହେଉଛି ପ୍ରଥମ ପ୍ରକଳ୍ପ।
ଅନ୍ୟ ପକ୍ଷରେ  ‘କ୍ୟାଚ୍‍ ଦ ରେନ୍‍’ ଅଭିଯାନ ଦେଶବ୍ୟାପୀ ଆରମ୍ଭ ହେବ। ଅଭିଯାନର ବିଷୟବସ୍ତୁ ରହିବ “ ବର୍ଷାଜଳ ସଞ୍ଚୟ କର, ଯେଉଁଠାରେ ବି ପଡୁ, ଯେତେବେଳେ ବି ପଡୁ”। ଏହା ଦେଶରେ ପ୍ରାକ୍‍ ମୌସୁମୀ ଓ ମୌସୁମୀ ସମୟରେ ଅର୍ଥାତ ଆସନ୍ତାକାଲିଠାରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଜନସାଧାରଣଙ୍କ ଅଂଶଗ୍ରହଣ ମାଧ୍ୟମରେ ତୃଣମୂଳ
ସ୍ତରରୁ ଜଳ ସଂରକ୍ଷଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଏହି ଅଭିଯାନର ଶୁଭାରମ୍ଭ କରାଯିବ।

Comments are closed.