ମହାନ୍‍ ସ୍ୱାଧୀନତା ସଂଗ୍ରାମୀ ଆଲୁରି ସୀତାରାମ ରାଜୁଙ୍କ ୧୨୫ତମ ଜନ୍ମବାର୍ଷିକୀର ଶୁଭାରମ୍ଭ କରିବେ ମୋଦୀ

ଆନ୍ଧ୍ରପ୍ରଦେଶ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ଭୀମାବରମ୍‍ଠାରେ ମହାନ୍‍ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ଆଲୁରି ସୀତାରାମ ରାଜୁଙ୍କ ୧୨୫ତମ ଜନ୍ମବାର୍ଷିକୀର ଶୁଭାରମ୍ଭ କରିବେ। ସେ ମଧ୍ୟ ଆଲୁରି ସୀତାରାମ ରାଜୁଙ୍କ ୩୦ ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ୍‍ ପ୍ରତିମୂର୍ତ୍ତିର ଅନାବରଣ କରିବେ। ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସରକାର ଦେଶର ଅନାଲୋଚିତ ସଂଗ୍ରାମୀମାନଙ୍କ ସମ୍ପର୍କରେ ସଚେତନତା ସୃଷ୍ଟି କରିବାପାଇଁ ପ୍ରତିଶ୍ରୁତିବଦ୍ଧ ।
୧୮୯୭ ମସିହା ଜୁଲାଇ ୪ ତାରିଖରେ ଜନ୍ମଗ୍ରହଣ କରିଥିବା ଆଲୁରି ସୀତାରାମ ରାଜୁ ପୂର୍ବଘାଟ ପାର୍ବତ୍ୟ ଅଞ୍ଚଳରେ ଆଦିବାସୀମାନଙ୍କ ସୁରକ୍ଷା ପାଇଁ ଇଂରେଜ ମାନଙ୍କ ବିରୋଧରେ ସଂଗ୍ରାମ କରିଥିଲେ । ୧୯୨୨ ମସିହାରେ ରାମ୍ପା ବିଦ୍ରୋହର ସେ ନେତୃତ୍ୱ ନେଇଥିଲେ । ସରକାର ଦୀର୍ଘ ଏକ ବର୍ଷ ବ୍ୟାପୀ ଏହି ସଂଗ୍ରାମୀଙ୍କର ୧୨୫ତମ ଜନ୍ମବାର୍ଷିକୀ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଲୁରି ସୀତାରାମ ରାଜୁଙ୍କ ଜନ୍ମସ୍ଥାନ ବିଜୟନଗରମ୍‍ ଜିଲ୍ଲାର ପାଣ୍ଡ୍ରାଙ୍ଗି ଏବଂ ଚିନ୍ତାପାଲି ପୁଲିସ୍‍ ଥାନାର ପୁନରୁଦ୍ଧାର କରାଯିବ ।

Comments are closed.