ଏପ୍ରିଲ ୭ରେ ‘ପରୀକ୍ଷା ପେ ଚର୍ଚ୍ଚା- ୨୦୨୧’

ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୭ ତାରିଖ ସନ୍ଧ୍ୟା ୭ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ୱବ୍ୟାପୀ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ “ପରୀକ୍ଷା ପେ ଚର୍ଚ୍ଚା- ୨୦୨୧” କାର୍ୟ୍ୟକ୍ରମରେ ଆଲୋଚନା କରିବେ ।
ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି, “ଏକ ନୂଆ ସ୍ୱରୂପ, ବିଷୟଗୁଡ଼ିକର ବ୍ୟାପକ ଦିଗ ଏବଂ ଆମର ସାହସୀ #examWarriors,  ଶିକ୍ଷକ ଓ ଅଭିଭାବକଙ୍କ ସହ ଏକ ସ୍ମରଣୀୟ ଆଲୋଚନା ।”
୭ ଏପ୍ରିଲ ସନ୍ଧ୍ୟା ୭ଟା ସମୟରେ ‘ପରୀକ୍ଷା ପେ ଚର୍ଚ୍ଚା’ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।

 

Comments are closed.