ପ୍ରଧାନମନ୍ତ୍ରୀ ଉଦ୍‍ଘାଟନ କରିବେ ସିଏମ୍‍ଏସ୍‍ କପ୍‍-୧୩

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ଗାନ୍ଧୀନଗରଠାରେ ସଞ୍ଚାରୀ ପ୍ରଜାତିର ବନ୍ୟଜନ୍ତୁ ସଂରକ୍ଷଣ ସହିତ ସଂଶ୍ଳିଷ୍ଟ ରାଷ୍ଟ୍ର ବିଭିନ୍ନ ଗୋଷ୍ଠୀ ଓ ସଂଗଠନର ତ୍ରୟୋଦଶ ସମ୍ମିଳନୀ (ସି.ଏମ୍‍.ଏସ୍‍. କପ୍‍-୧୩) ଉଦ୍‍ଘାଟନ କରିବେ। ଏହି ସମ୍ମିଳନୀରେ ବିଦେଶାଗତ ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଦକ୍ଷିଣ ଭାରତର ପାରମ୍ପରିକ ଚିତ୍ରକଳା ‘କୋଲାମ’ ଆଧାରରେ ଏହାର ଲୋଗୋ ପ୍ରସ୍ତୁତ କରାଯାଇଛି। କୋଲାମ ପାରମ୍ପରିକ ଚିତ୍ରକଳାରେ ବହିରାଗତ ବନ୍ୟଜନ୍ତୁ ଅମୁର୍‍ ଫାଲକନ, ତିମି ଓ ସାମୁଦ୍ରିକ କଇଁଛ ଆଦିକୁ ସୁନ୍ଦର ଭାବରେ ଚିତ୍ରିତ କରାଯାଇଛି। ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୧୯୭୨ରେ ବିରଳ ପ୍ରଜାତିର ଏକ ସ୍ଥଳଚର ପକ୍ଷୀ ଗ୍ରେଟ୍‍ ଇଣ୍ଡିଆନ୍‍ ବଷ୍ଟାର୍ଡ-ଗିବିକୁ ଚଳିତବର୍ଷ କପ୍‍ ସମ୍ମିଳନୀର ଲୋଗୋ କରାଯାଇଛି।

୧୩୦ଟି ଦେଶର ପ୍ରତିନିଧି, ପ୍ରମୁଖ ପରିବେଶ ସଂରକ୍ଷଣବିତ୍‍ ଓ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଆନ୍ତର୍ଜାତିୟ ସ୍ୱେଚ୍ଛାସେବୀ ସଂଗଠନ ଏହି ସମ୍ମିଳନୀରେ ଯୋଗଦେବେ। ଚଳିତମାସ ୨୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀ ଅବସରରେ ଅନେକଗୁଡିଏ ଜାତୀୟ ଓ ଆର୍ନ୍ତଜାତୀୟ ସଂଗଠନ ପ୍ରଦର୍ଶନୀ ମଣ୍ଡପରେ ବନ୍ୟଜନ୍ତୁ ସଂରକ୍ଷଣକୁ ନେଇ ଆପଣା ଯାଉଥିବା ବହୁ କାର୍ଯ୍ୟକଳାପକୁ ପ୍ରଦର୍ଶନ କରିବେ। ଆୟୋଜକ ଦେଶ ଭାବରେ ଭାରତ ଆସନ୍ତା ୩ବର୍ଷ ପାଇଁ ଏହି ସମ୍ମିଳନୀର ଅଧ୍ୟକ୍ଷ ରହିବ। ଭାରତ ୧୯୮୩ ମସିହାରୁ ଏହି ସଂଗଠନର ସଦସ୍ୟ ରହିଆସିଛି।

Comments are closed.