ଆଣ୍ଡାମାନ୍‍ ନିକୋବର ଦ୍ୱୀପକୁ ଅତ୍ୟାଧୁନିକ ଟେଲିକମ୍‍ କେବୁଲ୍‍ ବ୍ୟବସ୍ଥାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

୨୩୦୦ କିଲୋମିଟର ସୁଦୀର୍ଘ ପାଣିତଳେ ସଂଯୋଗ କରୁଥିବା କେବୁଲ୍‍ ବ୍ୟବସ୍ଥା

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସୋମବାର ଆଣ୍ଡାମାନ୍‍ ନିକୋବର ଦ୍ୱୀପରୁ ଚେନ୍ନାଇ ଭୂଖଣ୍ଡ ପର୍ଯ୍ୟନ୍ତ ପାଣିତଳେ ସଂଯୋଗ କରୁଥିବା ଅତ୍ୟାଧୁନିକ ଟେଲିକମ୍‍ କେବୁଲ୍‍ ବ୍ୟବସ୍ଥାର ଶୁଭାରମ୍ଭ କରିବେ। ଶ୍ରୀ ମୋଦି ନୂଆଦିଲ୍ଲୀରୁ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟ ସମ୍ପନ୍ନ କରିବେ।

୨୩୦୦ କିଲୋମିଟର ସୁଦୀର୍ଘ ଏହି ପ୍ରକଳ୍ପରେ ଚେନ୍ନାଇରୁ ଆଣ୍ଡାମାନ୍‍ ନିକୋବରର ମୁଖ୍ୟ ୮ଟି ଦ୍ୱୀପକୁ ସଂଯୋଗ କରାଯିବ। ସେହିସବୁ ଦ୍ୱୀପଗୁଡ଼ିକ ହେଲା – ପୋର୍ଟବ୍ଲେୟାର୍‍, ସ୍ୱରାଜ୍‍ଦୀପ୍‍, ଲିଟିଲ୍‍ ଆଣ୍ଡାମାନ୍‍, କାର୍‍ନିକୋବର,
କାମୋଟା, ଗ୍ରେଟ୍‍ ନିକୋବର, ଲଙ୍ଗ୍‍ ଆଇଲ୍ୟାଣ୍ଡ ଏବଂ ରାଙ୍ଗାଟ୍‍। କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ ନିକୋବର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ଦୃଷ୍ଟିରୁ ସେଠାକୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଆସିଥା’ନ୍ତି। ସେମାନଙ୍କ ଲାଗି ଟେଲି-ଯୋଗାଯୋଗ ଓ ଇଣ୍ଟରନେଟ୍‍ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ବିଏସ୍‍ଏନ୍‍ଏଲ୍‍ର ମୁଖ୍ୟ ମହାପ୍ରବନ୍ଧକ କହିଛନ୍ତି।

Comments are closed.