ଭିଜିଲାନ୍ସ ଏବଂ ଦୁର୍ନୀତି ନିବାରଣ ଜାତୀୟ ସମ୍ମିଳନୀ ଉଦଘାଟନ କରିବେ ମୋଦୀ, ପ୍ରସଙ୍ଗ ‘ସତର୍କ ଭାରତ, ସମୃଦ୍ଧ ଭାରତ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଲତା ମାସ ୨୭ରେ ଭିଡିଓ କନଫରେନ୍ସିଂ ଜରିଆରେ ଭିଜିଲାନ୍ସ ଏବଂ ଦୁର୍ନୀତି ନିବାରଣ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ। ଏଥର ବିଷୟବସ୍ତୁ ରହିଛି, ସତର୍କ ଭାରତ, ସମୃଦ୍ଧ ଭାରତ। ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍, ସିବିଆଇ ଦ୍ୱାରା ପ୍ରତିବର୍ଷ ଅକ୍ଟୋବର ୨୭ରୁ ନଭେମ୍ବର ୨ ମଧ୍ୟରେ ଏହି ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଥାଏ।

ଏହି ତିନି ଦିନିଆ ସମ୍ମିଳନୀରେ ବିଦେଶରେ ଅନୁସନ୍ଧାନ ଆହ୍ୱାନ, ଆଗୁଆ ସତର୍କତା, ଆର୍ଥିକ ଅନ୍ତର୍ଭୂକ୍ତିର ବ୍ୟବସ୍ଥିତ ଉନ୍ନତି ଏବଂ ବ୍ୟାଙ୍କ ଠକେଇ ରୋକିବା, ପ୍ରଭାବଶାଳୀ ଅଡିଟ୍, ଦୁର୍ନୀତି ନିବାରଣ ଆଇନ ଏବଂ ଦକ୍ଷତା ବିକାଶ ପ୍ରସଙ୍ଗ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ଦୁର୍ନୀତି ମୁକାବିଲା କ୍ଷେତ୍ରରେ ପ୍ରତିଷେଧକ ବ୍ୟବସ୍ତା ଆପଣେଇବା ନିମନ୍ତେ ଏହି ସମ୍ମିଳନୀ ନୀତି ନିର୍ମାତା ଏବଂ ନିର୍ଦ୍ଧାରକଙ୍କୁ ସୁଯୋଗ ଦେବ। କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ମଧ୍ୟ ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ। ଏହି ସମ୍ମିଳନୀରେ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସିର ପ୍ରତିନିଧୀମାନେ ମଧ୍ୟ ଅଂଶଗ୍ରହଣ କରିବେ।

Comments are closed.