ଆସନ୍ତାକାଲି ୧୭ତମ ଆସିଆନ୍‍-ଭାରତ ଶିଖର ସମ୍ମିଳନୀ : ସହ-ଅଧ୍ୟକ୍ଷତା କରିବେ ମୋଦୀ ଓ ଭିଏତ୍‍ନାମ୍‍ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ୧୭ତମ ଆସିଆନ୍‍-ଭାରତ ଶିଖର ସମ୍ମିଳନୀ ଆସନ୍ତାକାଲି ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭିଏତ୍‍ନାମ୍‍ ପ୍ରଧାନମନ୍ତ୍ରୀ ଗୁଏନ୍‍ ଜୁଆନ୍‍ ଫୁକ୍‍ ଏଥିରେ ସହ-ଅଧ୍ୟକ୍ଷତା କରିବେ। ଭର୍ଚୁଆଲ୍‍ ମାଧ୍ୟମରେ ୧୦ଟି ସଦସ୍ୟ ରାଷ୍ଟ୍ରର ନେତୃବୃନ୍ଦ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ।

ଆସିଆନ୍‍-ଭାରତ ସମ୍ବନ୍ଧ, ଯୋଗାଯୋଗ, ସାମୁଦ୍ରିକ ସହଯୋଗ, ବ୍ୟବସାୟ ଓ ବାଣିଜ୍ୟ, ଶିକ୍ଷା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ସେହି ସମ୍ମିଳନୀରେ ସମୀକ୍ଷା କରାଯିବ। ଆସିଆନ୍‍-ଭାରତ ସମ୍ବନ୍ଧକୁ ମଜବୁତ୍‍ କରିବା ଲାଗି ଆସିଆନ୍‍-ଇଣ୍ଡିଆନ୍‍ ପ୍ଲାନ୍‍ ଅଫ୍‍ ଆକ୍ସନ୍‍-୨୦୨୧-୨୦୨୫କୁ ଏହି ଅବସରରେ କାର୍ଯ୍ୟକାରୀ କରାଯିବା ଲାଗି ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। କୋଭିଡ୍‍-୧୯ ଓ ତା’ର ପରବର୍ତ୍ତୀ ମହାମାରୀଜନିତ ଅର୍ଥନୈତିକ ପୁନରୁଦ୍ଧାର ଏବଂ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ବିକାଶ ସମ୍ପର୍କରେ ଏଥିରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

Comments are closed.