୧୭ରେ ବ୍ରିକ୍ସ ସମ୍ମିଳନୀ; ଯୋଗଦେବେ ମୋଦୀ

ନୂଆଦିଲ୍ଲୀ : ରୁଷ୍‌ ଦ୍ବାରା ଆୟୋଜିତ ୧୨ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ।  ନଭେମ୍ବର ୧୭ରେ ହେବାକୁ ଥିବା ଏହି ସମ୍ମିଳନୀରେ ବିଶ୍ବ ସ୍ଥିରତା, ସୁରକ୍ଷା ସହଭାଗିତା ଓ ଅଭିନବ ବିକାଶକୁ ମୁଖ୍ୟ ପ୍ରସଙ୍ଗ ରଖାଯାଇଛି। ଋଷ ପ୍ରଧାନମନ୍ତ୍ରୀ ଭ୍ଲାଦମିର ପୁଟିନଙ୍କ ଅନୁରୋଧ କ୍ରମେ ଆସନ୍ତା ୧୭ ତାରିଖେରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବେ ମୋଦି । ଗ୍ଲୋବାଲ୍ ସ୍ଥିରତା, ଅଂଶୀଦାର ସୁରକ୍ଷା ଏବଂ ଅଭିନବ ଅଭିବୃଦ୍ଧି ଇତ୍ୟାଦି ଚଳିତ ବର୍ଷର ପ୍ରମୁଖ ପ୍ରସଙ୍ଗକୁ ନେଇ ଯୋଗଦେବେ ମୋଦୀ । ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ଯୋଗଦେବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛନ୍ତି ।

ମିଳିତ ଜାତିସଂଘର ୭୫ ତମ ବାର୍ଷିକୀ ପୃଷ୍ଠଭୂମିରେ ଏବଂ କୋଭିଡ-୧୯ ମହାମାରୀ ମଧ୍ୟରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବାକୁଯାଉଛି । ସଦସ୍ୟ ରାଷ୍ଟ୍ର ମାନଙ୍କ ମଧ୍ୟରେ ଆନ୍ତଃ ବ୍ରିକ୍ସ ସହଯୋଗ, ବର୍ତ୍ତମାନ ସମୟରେ ବିଶ୍ବରେ ଚାଲିଥିବା କୋଭିଡ -୧୯ ମହାମାରୀର ପ୍ରଭାବକୁ ହ୍ରାସ ଦିଗରେ ପଦକ୍ଷେପ, ଆତଙ୍କବାଦ ବିରୋଧୀ, ବାଣିଜ୍ୟ, ସ୍ବାସ୍ଥ ସେବାରେ ସହଯୋଗ, ଶକ୍ତି ଏବଂ ସମ୍ବଳ ବିନିମୟ ଆଦି ପ୍ରମୁଖ ପ୍ରସଙ୍ଗରେ ଏଥରେ ଆଲୋଚନା ହେବାର ସମ୍ଭାବନା ରହିଛି । ଏଥି ସହିତ ୨୦୨୧ରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସରେ ୧୩ ତମ ସମ୍ମିଳନୀରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଆୟୋଜକ ରାଷ୍ଟ୍ର ହେବ । ଏହା ପୂର୍ବରୁ ମଧ୍ୟ  ୨୦୧୨ ଓ ୨୦୧୬ ରେ ଭାରତ ବ୍ରିକ୍ସ ସମ୍ମିଳନୀ ଆୟୋଜକ ଥିଲା । ତୃତୀୟ ଥର ପାଇଁ ଭାରତ ୨୦୨୧ ଭାରତ ସମ୍ମିଳନୀର ଆୟୋଜକ ଭାବେ ଦାୟିତ୍ବ ତୁଲାଇବ ।

Comments are closed.